ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁରରେ ଆଉ ୬ମାସ ପାଇଁ ରାଷ୍ଟ୍ରପତି ଶାସନ ଲାଗୁ ହେବ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଆଗତ ପ୍ରସ୍ତାବ ଉପରେ ସଂସଦର ମୋହର ବାଜିଛି । ମୋହର ବାଜିବା ପରେ ମଣିପୁରରେ ରାଷ୍ଟ୍ରପତି ଶାସନର ଅବଧି ଆଉ ଛଅ ମାସ ବୃଦ୍ଧି କରାଯାଇଛି । ଫେବ୍ରୁଆରୀ ୧୩ରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ମଣିପୁରରେ ବିଜେପି ସରକାର ଶାସନକୁ ଆସିବା ପରେ ଅଶାନ୍ତ ହୋଇପଡିଥିଲା । ଫଳରେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ଇସ୍ତଫା ପରେ ବିଧାନସଭାକୁ ଭଙ୍ଗ କରିଥିଲେ କେନ୍ଦ୍ର ସରକାର । ଚଳିତ ବର୍ଷ ଫେବ୍ରୁଆରୀ ମାସରେ ରାଜ୍ୟ ବିଧାନସଭାକୁ ଭାଙ୍ଗି ଦେଇଥିଲେ କନ୍ଦ୍ରେ ସରକାର । ଦେଶରେ ଗୋଟିଏ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ସଂସଦର ଅନୁମତି ଜରୁରୀ ହୋଇଥିବାରୁ ଏହି ପ୍ରସ୍ତାବକୁ ଆଗତ କରାଯାଇଥିଲା । ଏହାସହିତ ପ୍ରତି ୬ମାସରେ କେନ୍ଦ୍ର ସରକାର ସଂସଦର ଅନୁମତି ନେବା ନିଆତି ଜରୁରୀ ।






More Stories
ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ବିତାଙ୍ଗ ଆଦିପୂର୍ଣ୍ଣ’ ସମ୍ମାନ……
ଅଗ୍ନିବୀର ନିଯୁକ୍ତି ପାଇଁ ଆସୁଛି ନୂଆ ନିୟମ…..
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..