ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମିଠା ପାନୀୟ, ମଦ ଏବଂ ତମାଖୁର ମୂଲ୍ୟ ୫୦% ବୃଦ୍ଧି କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ସମସ୍ତ ରାଷ୍ଟ୍ରକୁ ଆହ୍ୱାନ କରିଛି। ସ୍ପେନ୍ର ସେଭିଲ ସହରରେ ଅନୁଷ୍ଠିତ ବିକାଶ ପାଇଁ ମିଳିତ ଜାତିସଂଘର ଆର୍ଥିକ ସମ୍ମିଳନୀରେ ଉପସ୍ଥାପିତ ଏହି ସୁପାରିଶ, ଦୀର୍ଘସ୍ଥାୟୀ ସ୍ୱାସ୍ଥ୍ୟ ସମସ୍ୟାକୁ ରୋକିବା ଏବଂ ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ରାଜସ୍ୱ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛି। ଡବ୍ଲୁଏଚ୍ଓ ବିଶ୍ୱାସ କରେ ଯେ ଏହି ଟିକସ କାର୍ଯ୍ୟକାରୀ କରି ମଧୁମେହ ଏବଂ କିଛି କର୍କଟ ରୋଗ ପାଇଁ ଦାୟୀ କ୍ଷତିକାରକ ଉତ୍ପାଦର ବ୍ୟବହାର ହ୍ରାସ କରିହେବ। ଏହି ପଦକ୍ଷେପ ବିଶ୍ୱ ସ୍ତରରେ ସାର୍ବଜନୀନ ସ୍ୱାସ୍ଥ୍ୟ ଆହ୍ବାନର ମୁକାବିଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।






More Stories
ହଟିବନି ଟେଲିଗ୍ରାମ ବ୍ୟାନ…..
ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଗତ ଲକ୍ଷ୍ୟରେ ବିଜେପି……
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..