ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ର ନୂଆ କୁଳପତି ଭାବେ ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ପ୍ରଫେସର ରାଉଳ ଓୟୁଏଟି କୁଳପତି ଭାବେ ୩ବର୍ଷ ନିମନ୍ତେ କାର୍ଯ୍ୟ କରିବେ। ସୂଚନା ଅନୁସାରେ, ପ୍ରଫେସର ରାଉଳ ଓୟୁଏଟି ଡିନ୍ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ରାଜ୍ୟ ସରକାର ଡେପୁଟେସନରେ ଆପିକଲ୍ ପରିଚାଳନା ନିର୍ଦ୍ଦେଶକ ଭାବେ ଡେପୁଟେସନରେ ପଠାଇଥିଲେ । ତେବେ ଓୟୁଏଟି କୁଳପତି ପବନ କୁମାର ଅଗ୍ରୱାଲଙ୍କ କାର୍ଯ୍ୟକାଳ ସମାପ୍ତ ହେବାପରେ ଏହି ଖାଲି ପଡ଼ିଥିବା ପଦବୀରେ କୃଷି ବିଶେଷଜ୍ଞ ପ୍ରଫେସର ରାଉଳଙ୍କୁ ନିଯୁକ୍ତି ମିଳିଛି ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..