ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରତିଦିନ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର | ମଙ୍ଗଳବାର ପୁୁଣିଥରେ ପେଟ୍ରୋଲ ୨୫ ପଇସା ଓ ଡିଜେଲ୩୦ ପଇସା ଦର ବୃଦ୍ଧି ହୋଇଛି । ରାଜଧାନୀ ଦିଲ୍ଲୀ ସମେତ ସମସ୍ତ ମହାନଗରରେ ତୈଳ ଦର ବୃଦ୍ଧି ପାଇଛି । ଆଇଓସିଏଲର ୱେବସାଇଟ ମୁତାବକ, ପେଟ୍ରୋଲ ୧ ଲିଟର ପିଛା ୨୫ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି। ଏହା ସହ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ୧୦୨.୬୪ ଟଙ୍କାରେ ପହଞ୍ଚିଥିବାବେଳେ ଡିଜେଲ ଦର ୯୧.୦୭ ଟଙ୍କାରେ ପହଞ୍ଚିଛି। ରବିବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବାବେଳେ ସୋମବାର ପୁଣି ଏହି ଦର ବୃଦ୍ଧି ପାଇଛି ।
ଅକ୍ଟୋବର ୫, ୨୦୨୧ ରେ ପେଟ୍ରୋଲ, ଡିଜେଲ ମୂଲ୍ୟ
ଭୁବନେଶ୍ବର- ପେଟ୍ରୋଲ ଦର ୧୦୩.୨୭ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୯୮.୯୮ ଟଙ୍କା ରହିଛି।
ଦିଲ୍ଲୀ- ପେଟ୍ରୋଲ ଦର ୧୦୨.୬୪ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୯୧.୦୮ ଟଙ୍କା ରହିଛି।
ମୁମ୍ବାଇ- ପେଟ୍ରୋଲର ମୂଲ୍ୟ ୧୦୮.୬୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୮.୭୬ ଟଙ୍କା ରହିଛି।
କୋଲକାତା- ପେଟ୍ରୋଲ ଲିଟର ପିଛା ୧୦୩.୩୩ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୯୪.୧୪ ଟଙ୍କା ରହିଛି।
ଚେନ୍ନାଇରେ – ପେଟ୍ରୋଲ ଲିଟର ପିଛା ୧୦୦.୦୨ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୯୫.୫୬ ଟଙ୍କା ରହିଛି।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..