ରିପୋର୍ଟ କାର୍ଡ / ଚଣ୍ଡିଗଡ଼
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଞ୍ଜାବର ଅମରଗଡ଼ରୁ ଆମ୍ ଆଦମୀ ପାର୍ଟି ବିଧାୟକ ଯଶବନ୍ତ ସିଂହ ଗଜ୍ଜନ ମାଜରାଙ୍କୁ ଗିରଫ କରିଛି | ବେଆଇନ ଅର୍ଥ କାରବାର ନିବାରଣ ଆଇନ ମାମଲାରେ ଆଜି ଗିରଫ କରାଯାଇଥିବା ଜଣାପଡିଛି । ସେ ଏକ ସାଧାରଣ ସଭାରେ ଯୋଗ ଦେଉଥିବା ବେଳେ ଇଡି ତାଙ୍କୁ ଗିରଫ କରିଥିଲା । ଇଡି ସୂତ୍ରରୁ ପ୍ରକାଶ ଯେ ଏକ ବେଆଇନ ଅର୍ଥ କାରବାର ମାମଲାରେ ଗଜ୍ଜନ ମାଜରାଙ୍କୁ ୪ ଥର ସମନ କରାଯାଇଥିଲେ ବି ସେ ହାଜର ହେଉନଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା । ସୋମବାର ସନ୍ଧ୍ୟାରେ ତାଙ୍କୁ ମୋହାଲି କୋର୍ଟରେ ହାଜର କରାଯିବ। ସୋମବାର ସକାଳେ ମାଲେରକୋଟଲା ଜିଲ୍ଲାର ଅମରଗଡ଼ଠାରେ ଆପ୍ କର୍ମୀଙ୍କ ଏକ ବୈଠକକୁ ସମ୍ବୋଧିତ କରୁଥିବା ବେଳେ ଜଳନ୍ଧର ଇଡି ଟିମ୍ ଗଜ୍ଜନ ମାଜରାଙ୍କୁ ଅଟକ ରଖିଥିଲା। ସେପ୍ଟେମ୍ବର ୨୦୨୨ରେ ଇଡିର ଏକ ଟିମ୍ ଅମରଗଡ଼ରେ ଗଜଜାନମାଜରାଙ୍କ ପରିବାର ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟ ଏବଂ ତାଙ୍କ ଘର ସମେତ ଗୋଖାଦ୍ୟ କାରଖାନା ଉପରେ ଚଢ଼ାଉ କରିଥିଲା। ଏହା ପୂର୍ବରୁ ସିବିଆଇ ପକ୍ଷରୁ ତାଙ୍କ ନାଁରେ ଏକ ୪୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ମାମଲା ରୁଜ୍ଜୁ କରି ତଦନ୍ତ କରାଯାଉଥିଲା ଓ ତାଙ୍କ ଘର ଓ ଅଫିସ ଉପରେ ଚଢଉ କରିଥିଲା । ପରେ ଏହି ମାମଲାରେ ଇଡି ପକ୍ଷରୁ ମଧ୍ୟ ଆଉ ଏକ ମାମଲା ରୁଜ୍ଜୁ କରାଯାଇଥିଲା ।






More Stories
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୋ ଝିଅକୁ ଫାଶୀ ଦିଅ…..
ଜୀବନ ନେଉଛି ଫ୍ଲୁ…..