ରିପୋର୍ଟ କାର୍ଡ / ପୁରୀ
ପୁଣି ବଦଳିବ ପୁରୀ ର ରୂପ ଲେଖ | ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଠିଆହେଲେ ଦେଖାଯିବ ସ୍ୱର୍ଗଦ୍ୱାର। ତେଣୁ ୪୦ ଫୁଟ୍ ଚଉଡ଼ା ହେବାକୁ ଯାଉଛି ବାଲିସାହି-ସମୁଦ୍ରକୂଳ ରାସ୍ତା। ସେଥିପାଇଁ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି | କିନ୍ତୁ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଧିକ ସଶକ୍ତ କରିବା ପ୍ରସ୍ତୁତ ହେଉଛି ପୁରୀ ଜିଲ୍ଲା ପ୍ରଶାସନ | ଇତି ମଧ୍ୟରେ ଜିଲ୍ଲା ପ୍ରଶାସନ ବାଲି ସାହି ଅଞ୍ଚଳର କେତେକ ମୁରବି ଶ୍ରେଣୀୟ ଲୋକଙ୍କୁ ଡାକି ପ୍ରଥମ ପର୍ଯ୍ୟାୟ ଆଲୋଚନା କରିଛି। ପ୍ରଶାସନ ପ୍ରଥମେ ଏହି ରାସ୍ତା ୬୦ ଫୁଟ୍ ଚଉଡ଼ା କରିବାକୁ ଯୋଜନା କରିଥିଲା। ହେଲେ କଡ଼ା ଆପତ୍ତି ଉଠିବାରୁ ଏହାକୁ କମାଇ ୪୦ ଫୁଟ୍ ରଖିବାକୁ ସ୍ଥିର କରିଛି। ତେଣେ ଅଞ୍ଚଳବାସୀ କିନ୍ତୁ ୩୦ ଫୁଟ୍ ଭିତରେ ରାସ୍ତା ପ୍ରଶସ୍ତିକରଣ ସୀମିତ ରଖିବାକୁ ଦେଇଛନ୍ତି ପ୍ରସ୍ତାବ। ଯଦି ଏଥିରେ ବ୍ୟତିକ୍ରମ ଘଟେ, ତାହା ହେଲେ ଏହାକୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟକ୍ରମ ପାଇଁ ସମସ୍ତ ପକ୍ଷଙ୍କ ସହ ସବିଶେଷ ଆଲୋଚନା ହେଉଛି। କାମ ଶୀଘ୍ର ଆଗେଇବ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..