ରିପୋର୍ଟ କାର୍ଡ / ପୁରୀ
ଆସନ୍ତା ୨୮ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଆରମ୍ଭ ହେବ | ପ୍ରଥମେ ବାହାର ରତ୍ନଭଣ୍ଡାର ଏବଂ ପରେ ଭିତର ରତ୍ନଭଣ୍ଡାର ବାହାର କାନ୍ଥରୁ ସ୍କାନିଂ କରାଯିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଶନିବାର ଲେଜର ସ୍କାନିଂ ମେସିନ୍ ପୁରୀରେ ପହଞ୍ଚିଛି। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି । ସେ କହିଲେ ରତ୍ନଭଣ୍ଡାର ସମେତ କିଛି ପାର୍ଶ୍ବ ଦେବଦେବୀ ମନ୍ଦିରର ଲେଜର ସ୍କାନିଂ କରାଯିବ। ଦୁଇଟିଯାକ ରତ୍ନଭଣ୍ଡାରର ଛାତ, କାନ୍ଥ ଓ ଚଟାଣ ସ୍କାନିଂ କରାଯିବା ପ୍ରସ୍ତାବ ରହିଛି। ସ୍କାନିଂ ରିପୋର୍ଟକୁ ଭିତ୍ତିକରି ରତ୍ନଭଣ୍ଡାର ମରାମତି ପାଇଁ ରାଜ୍ୟ ସରକାରଙ୍କଠାରୁ ଅନୁମତି ମଗାଯିବ ବୋଲି ଜଣାପଡିଛି |






More Stories
୫ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ…..
ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ…..
ଓଡ଼ିଶା ଇଭି ପଲିସି ଅବଧି ବୃଦ୍ଧି…..