ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଥିଲା । ଫଳରେ ସକାଳ ନୀତିରେ ବିଳମ୍ବ ହୋଇଥିଲା। ମହାସ୍ନାନ ନୀତି ସମ୍ପର୍ଣ୍ଣ ପରେ ପୁଣି ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଯାଇଥିଲା । ପରମ୍ପରା ଅନୁସାରେ ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତ ଛିଟା ଦେଖିଲେ ଠାକୁରଙ୍କ ମହାସ୍ନାନ ନୀତି ହୋଇଥାଏ ତେବେ ରକ୍ତ ଛିଟା କେଉଁଠୁ ଭିରତକାଠ ନିକଟକୁ ଆସିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ସୂଚନା ଅନୁସାରେ, ବେହରଣ ଦ୍ୱାର ଓ ଭିତରକାଠ ମଧ୍ୟରେ ରକ୍ତର ଛିଟା ଦେଖିବାକୁ ମିଳିଥିଲା। ପରେ ଏହାକୁ ଦେଖିବା ପରେ ସେବାୟତମାନେ ମହାପ୍ରଭୁଙ୍କ ରତ୍ନ ସିଂହାସନରେ ମହାସ୍ନାନ ନୀତି ହୋଇଛି। ତେବେ ଆଜି ୫ଟା ୫୦ ମିନିଟ୍ ସମୟରେ ଦ୍ୱାର ଫିଟା ନୀତି ହୋଇଥିଲା। ଏବଂ ପରବର୍ତ୍ତୀ ସମୟରେ ୬.୪୫ ମିନିଟ୍ରେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ ଶେଷ ହୋଇଥିଲା। ଏହାପରେ ଶ୍ରୀଜିଉଙ୍କ ମଇଲମ ଓ ତଡ଼ପଲାଗି ହୋଇଥିଲା। ନୀତି ସମ୍ପର୍ଣ୍ଣ ହେବା ପରେ ଅବକାଶ ନୀତି ଚାଲିଥିବା ସମୟରେ ରକ୍ତ ପଡ଼ିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ପରେ ଅବକାଶ ନୀତିକୁ ବନ୍ଦ କରିଦିଆଯାଇଥିଲା। ରକ୍ତ ଛିଟା ଲାଗି ମହାସ୍ନାନ ନୀତି ବଢିଥିଲା। ପରେ ୮.୪୫ ସମୟରେ ମହାସ୍ନାନ ନୀତି ଶେଷ ହେବା ପରେ ପୁଣି ଥରେ ଶ୍ରୀଜିଉଙ୍କର ପୁଣି ଥରେ ଅବକାଶ ନୀତି ହୋଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କେମିତି ରକ୍ତ ଛିଟା ପଡ଼ିଲା ତାହା ସ୍ପଷ୍ଟ ହୋଇପାରିନାହିଁ।
More Stories
ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣା: ଦୋଷୀ ସଞ୍ଜୟ ରୟକୁ ଆଜୀବନ କାରାଦଣ୍ଡ…..
୨୪ରୁ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ…..
ଓଡିଶା ବହୁ ବିଧ ଖଣିଜ ସମ୍ପଦରେ ଭରପୂର ରାଜ୍ୟ….