ରିପୋର୍ଟ କାର୍ଡ / ପୁରୀ
ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ଶୁକ୍ଲପକ୍ଷ ନବମୀ ତିଥିରେ ଅଁଳା ନବମୀ ପଡେ | ଏହି ଦିନ ଓଡ଼ିଆଣି ବେଶରେ ଦର୍ଶନ ଦିଅନ୍ତି ଶ୍ରୀରାଧା । ଶ୍ରୀରାଧାପାଦ ଦର୍ଶନ ପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼। ତେବେ ଭକ୍ତ ଏବଂ ଶ୍ରଦ୍ଧାଳୁ ଶ୍ରୀରାଧାଙ୍କ ଦର୍ଶନ କରିପାରିବେ କିନ୍ତୁ ପାଦ ଛୁଇଁ ପାରିବେନି ବୋଲି ନିଷ୍ପତ୍ତି ହୋଇଛି। ଭକ୍ତଙ୍କ ସମାଗମକୁ ନଜରରେ ରଖି ସାକ୍ଷୀଗୋପାଳରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରିଛି ପ୍ରଶାସନ । ନିୟୋଜିତ ହୋଇଛନ୍ତି ୩ ଜଣ ଅତିରିକ୍ତ SP, ୮ ଜଣ DSP, ୧୮ଜଣ ଇନସ୍ପେକ୍ଚର, ୭୪ଜଣ ASI, ଶହେ ଜଣ ହାବିଲଦାର ଓ କନେଷ୍ଟବଳ । ୨୦ ପ୍ଲାଟୁନ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ଚେମେଲୀଙ୍କୁ ୭୦ ଲକ୍ଷ ଟଙ୍କା….
ଜରୁରୀ ସେବାକୁ ଇନ୍ଧନ ମନା କଲେ ଜେଲ୍…..