Report Card Odisha

| Daily Odia News

ଜୁନ୍ ୪ରେ ଇଣ୍ଡିଆ ମେଣ୍ଟ ସରକାର ଗଠନ ହେବ:ରାହୁଲ…..

ରିପୋର୍ଟ କାର୍ଡ / ବଲାଙ୍ଗୀର

ବଲାଙ୍ଗୀରରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧୀ ଯୋଗ ଦେଇ ବିଜେପି ଉପରେ ବର୍ଷିଛନ୍ତି | ହେଲେ ରାଜ୍ୟ ସରକାର କି ବିଜେଡି ବିରୋଧରେ ପଦେ ବି କହିନାହାନ୍ତି। ଅଭିଭାଷଣରେ କହିଛନ୍ତି, ଜୁନ୍ ୪ରେ ଇଣ୍ଡିଆ ମେଣ୍ଟ ସରକାର ଗଠନ ହେବ। ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ। ଆମେ ଜିତିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବୁ। ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି। କେନ୍ଦ୍ର ସରକାର ୨୨ ଶିଳ୍ପପତିଙ୍କୁ ୧୬ ଲକ୍ଷ କୋଟି ଋଣ ଛାଡ଼ କରିଦେଇଛନ୍ତି। ଦିଲ୍ଲୀରେ ସରକାରକୁ ୯୦ ଅଫିସର ଚଳାଉଛନ୍ତି, ସେଥିରୁ ୩ ଦଳିତ। ଆମେ ସରକାରକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବୁ। ସେ ଆହୁରି କହିଛନ୍ତି, ପୂୂର୍ବରୁ ଯେମିତି ଚାଷୀଙ୍କର ଋଣ ଛାଡ଼ ହେଇଥିଲା, ସେମିତି ପୁଣି ଋଣ ଛାଡ଼ କରିବୁ। ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟର ଆଇନ୍ ସହିତ ଗ୍ୟାରେଣ୍ଟି ଦେବୁ। ମୋଦୀ ସରକାର ୩ଟି କଳା ଆଇନ୍ ବନେଇଲେ। ଏବେ କିନ୍ତୁ ଆମେ ଋଣ ଛାଡ କରିବୁ, ଗ୍ୟାରେଣ୍ଟି ସର୍ବନିମ୍ନ ସହାୟକ ମୂଲ୍ୟ ଦେବୁ। ଓଡ଼ିଶାରେ ବହୁତ ପରିବାର ମନରେଗା କାମ କରନ୍ତି। ବହୁତ ମହିଳା ଆଶା ଅଙ୍ଗନବାଡିରେ କାମ କରନ୍ତି। ମନରେଗାରେ ଆଜି ମୋଦୀ ୨୫୦ ଟଙ୍କା ଦେଉଛନ୍ତି , ହେଲେ ଇଣ୍ଡିଆ ମେଣ୍ଟ ଆପଣଙ୍କୁ ୪ ଶହ ଟଙ୍କା ଦେବାକୁ ଯାଉଛି। ସେହିପରି ଆଶା, ଅଙ୍ଗନବାଡି କର୍ମୀଙ୍କୁ ଦୁଇ ଗୁଣା ଟଙ୍କା ଦେବ କଂଗ୍ରେସ। ସେହିପରି ବେରୋଜଗାର ଗ୍ରାଜୁଏଟଙ୍କ ପାଇଁ ମଧ୍ୟ ବଡ଼ ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ ।

Breaking News