ରିପୋର୍ଟ କାର୍ଡ / କଟକ
ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ। ଏଥିସହିତ ରାଜାଙ୍କ ୩ ସହଯୋଗୀଙ୍କ ଜାମିନ ଆବେଦନ ବି ଖାରଜ ହୋଇଛି। ମାନସ ବାରିକ, ଉତ୍କଳ ଦାସ, ସୁଶାନ୍ତ ସାମଲଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ଜଣପାଡ଼ିଛି। ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ବ୍ୟାପକ ଆର୍ଥିକ ଅନିୟମତତା ହୋଇଥିବା ନେଇ ସଂସ୍ଥାର ତତ୍କାଳୀନ ସଭାପତି ଓ ସମ୍ପାଦକଙ୍କୁ ଗିରଫ କରିଥିଲେ। ପରେ ତଦନ୍ତ ବେଳେ ଏହି ସଂସ୍ଥାରୁ ବହୁ ଅର୍ଥ ଦେଣ ନେଣ କରିଥିବା ଅଭିଯୋଗରେ ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରାଯାଇଥିଲା।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..