Report Card Odisha

| Daily Odia News

ରାଜ୍ୟ କ୍ୟାବିନେଟର ୧୫ ପ୍ରସ୍ତାବକୁ ମୋହର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

୧୫ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି | ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି | ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭର୍ଚୁଆଲ ମୋଡରେ ଯୋଗ ଦେଇଥିଲେ । ବୈଠକରେ ଓଡ଼ିଶା ଷ୍ଟେଟ ୱାଇଡ୍ ଏରିଆ ନେଟୱାର୍କ (OSWAN) ପ୍ରକଳ୍ପକୁ କ୍ୟାବିନେଟର ଅନୁମୋଦନ । ଆଇଟି ଭିତ୍ତିଭୂମି ବଢ଼ାଇବ OSWAN, ଖର୍ଚ୍ଚ ହେବ ୩୩୨ କୋଟି ଟଙ୍କା । ଡୁଗୁଡା -ଗୋପାଳପୁର-ଟୋପାରିଆ ରାସ୍ତା ୨ ଲେନ ହେବ ପାଇଁ ପ୍ରସ୍ତାବ ମଞ୍ଜୁରୀ ହୋଇଛି | ଏହି ରାସ୍ତା ପାଇଁ ଖର୍ଚ୍ଚ ହେବ ୧୦୨ .୬୫ କୋଟି ଟଙ୍କା | ଭୁବନେଶ୍ୱର CET କୁ ମିଳିଲା ଏକକ ବିଶ୍ୱ ବିଦ୍ୟାଳୟର ମାନ୍ୟତା | OUTR ର ରୂପ ପାଇବ CET ବିଶ୍ୱ ବିଦ୍ୟାଳୟ | ଉଚ୍ଚମାନର ସ୍ନାତକ ଓ ସ୍ନତକତ୍ତୋର ଶିକ୍ଷା ପ୍ରଦାନ କରାଯିବ | ଗବେଷଣା ଭିତ୍ତିକ ଶିକ୍ଷା ମଧ୍ୟ ସ୍ଥାନ ପାଇବ ବୋଲି କ୍ୟାବିନେଟ ଅନୁମୋଦନ କରିଛି | ସେହିପରି ସୁନ୍ଦରଗଡ଼ ଜିଲ୍ଲା ପାଇଁ ୨ଟି ବୃହତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ରକଳ୍ପ ଶେଷ ପାଇଁ ୨୪ ମାସର ସମୟସୀମା ନିର୍ଦ୍ଧାରଣ ହୋଇଥିବା ବେଳେ ୧୦ଟି ବ୍ଲକର ୬ଲକ୍ଷରୁ ଅଧିକ ଲୋକ ଏହା ଦ୍ୱାରା ଉପକୃତ ହେବେ। ସଂରକ୍ଷିତ ଖଣିରୁ ଆସିବାକୁ ଥିବା ଖଣ୍ଡୋଲାଇଟ୍ ପଥର ଉପରୁ ରୟାଲିଟି ଛାଡ଼ । ଖଣ୍ଡୋଲାଇଟ୍ ପଥର ଅବଢା ଯୋଜନା ଓ ଅନ୍ୟ ଐତିହ୍ୟ ସ୍ଥଳ ବିକାଶରେ ଲାଗିବ । ୩ଟି ଜିଲ୍ଲାରେ ବୃହତ୍ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ । ସୁନ୍ଦରଗଡ଼, କେନ୍ଦୁଝର, କଟକ ଜିଲ୍ଲାରେ ମେଗା ପାନୀୟ ଜଳ ପ୍ରକଳ୍ପ ।

 

 

Breaking News