Report Card Odisha

| Daily Odia News

ରାଜ୍ୟରେ ୬୨୫ନୂଆ କରୋନା ସଂକ୍ରମିତ ଚିହ୍ନଟ,୬୭ ଆକ୍ରାନ୍ତ ମୃତ……

ରିପୋର୍ଟ କାର୍ଡ / ଭୁବନେଶ୍ଵର

ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରସ ପାଉଛି | ଆଜି ରାଜ୍ୟରେ ୬୨୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୭ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଆକ୍ରାନ୍ତନକ ମଧ୍ୟରେ ୧୮ ବର୍ଷ ବୟସରୁ କମ୍‍ ୮୦ ଜଣ ରହିଛନ୍ତି। ତାହାସହିତ ସଂଗରୋଧରୁ ୩୬୬ ଓ ସ୍ଥାନୀୟ ସଂକ୍ରମିତ ୨୫୯ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲ୍ଲାରୁ ୧୮, ବାଲେଶ୍ୱର ୫୦, ବରଗଡ ୬, ଭଦ୍ରକ ୮ ଏବଂ କଟକ ଜିଲାରେ ୫୬ ଚିହ୍ନଟ ହୋଇଛନ୍ତି। ଦେବଗଡରେ ୯, ଢେଙ୍କାନାଳ ୬, ଗଜପତି ୨, ଗଞ୍ଜାମ ୬, ଜଗତସିଂହପୁର ୩୮, ଯାଜପୁର ୩୪ ଓ ଝାରସୁଗୁଡା ଜିଲାରେ ୩ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିରେ ୩, କନ୍ଧମାଳ ୨, କେନ୍ଦ୍ରାପଡା ୯, କେନ୍ଦୁଝର ୧୮ ଓ ଖୋର୍ଦ୍ଧାରେ ୨୧୪ ଜଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ କୋରାପୁଟରେ ୧୧, ମାଲକାନଗିରି ୧, ମୟୁରଭଞ୍ଜ ୭, ନୟାଗଡ ୧୦, ନୂଆପଡା ୧, ପୁରୀ ୨୯, ରାୟଗଡା ୧୨, ସମ୍ବଲପୁର ୧୮, ସୁନ୍ଦରଗଡ ୬ ଓ ଷ୍ଟେଟପୁଲରୁ ୪୮ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୧୦୩୨ ସୁସ୍ଥ ହୋଇଛନ୍ତି ଏବଂ ସଂପ୍ରତି ୮୪୪୩ ସକ୍ରିୟ ସଂକ୍ରମିତ ରହିଛନ୍ତି। ସେହିପରି କରୋନାରେ ମୃତ୍ୟୁ ଘଟିଥିବା ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୨୦ ଜଣ ରହିଛନ୍ତି। ସେହିଭଳି ଜଗତସିଂହପୁର ଜିଲ୍ଲାରେ ୧୪ ଓ ଢେଙ୍କାନାଳରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଯାଜପୁର ଜିଲ୍ଲାରେ ୬ ଜଣ, ବାଲେଶ୍ୱରରେ ୫, ଅନୁଗୁଳ ଓ କେନ୍ଦ୍ରାପଡାରେ ୩ ଜଣ ଲେଖାଏଁ, ଭଦ୍ରକ ଓ ମୟୁରଭଞ୍ଜରେ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ରାଜ୍ୟର କେନ୍ଦୁଝର, ନବରଙ୍ଗପୁର, ପୁରୀ, ରାୟଗଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୪୨୬କୁ ବୃଦ୍ଧିପାଇଛି।

Breaking News