ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଦାନିକା ସଂକ୍ରମଣ କମିବା ବଢିବା ଭିତରେ ରହିଛି | ଗତକାଲି ସଂକ୍ରମଣ କମିଥିବା ବେଳେ ଆଜି ରାଜ୍ୟରେ ୧୩୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କରୋନାରେ ୭୬୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୫୫୩ ଜଣ ସଂକ୍ରମିତ ହୋଇଛନ୍ତି ।ହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮୨୧୮୧ ରେ ପହଞ୍ଚିଛି ।ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୫୨, ବାଲେଶ୍ୱରରେ ୪୩, ବରଗଡ଼ରେ ୨, ଭଦ୍ରକରେ ୪୯, ବଲାଙ୍ଗୀରରେ ୪, ବୌଦ୍ଧରେ ୪, କଟକରେ ୧୯୮, ଦେବଗଡ଼ରେ ୭, ଢେଙ୍କାନାଳରେ ୧୮, ଗଜପତିରେ ୫, ଗଞ୍ଜାମରେ ୧୧, ଜଗତସିଂହପୁରରେ ୫୩, ଯାଜପୁରରେ ୮୯, କଳାହାଣ୍ଡିରେ ୪, କେନ୍ଦ୍ରାପଡ଼ାରେ ୨୮, କେନ୍ଦୁଝରରେ ୧୩, ଖୋର୍ଦ୍ଧାରେ ୪୧୩, କୋରାପୁଟରେ ୬, ମାଲକାନାଗିରିରେ ୫, ମୟୂରଭଞ୍ଜରେ ୬୨, ନବରଙ୍ଗପୁରରେ ୪, ନୟାଗଡ଼ରେ ୨୫, ନୂଆପଡ଼ାରେ ୬, ପୁରୀରେ ୬୭, ରାୟଗଡ଼ାରେ ୧୨, ସମ୍ବଲପୁରରେ ୨୩, ସୋନପୁରରେ ୮, ସୁନ୍ଦରଗଡ଼ରେ ୧୬ ଓ ରାଜ୍ୟ ପୁଲରେ ୮୪ ଜଣ ସଂକ୍ରମିତ ହୋଇଛନ୍ତି ।
Discussion about this post