ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜ୍ୟରେ ଆଉ ୬୦ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୬୩୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼଼ ଜିଲ୍ଲାରୁ ସର୍ବାଧିକ ୧୪ଜଣ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୮ଜଣ ରହିଛନ୍ତି । ଅନୁଗୁଳ, କଟକ ଜିଲ୍ଲାରୁ ୬ଜଣ ଲେଖାଏଁ ରହିଥିବା ବେଳେ କେନ୍ଦୁଝର, ପୁରୀ ଜିଲ୍ଲାରୁ ୫ଜଣ ଲେଖାଏଁ ରହିଛନ୍ତି । ବୌଦ୍ଧ, ସମ୍ବଲପୁର ଜିଲ୍ଲାରୁ ୪ଜଣ ଲେଖାଏଁ ରହିଥିବା ବେଳେ ଭଦ୍ରକ ଜିଲ୍ଲାରୁ ୨ଜଣ ରହିଛନ୍ତି । ସେହିପରି ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି |






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….