ରିପୋର୍ଟ କାର୍ଡ / କୋଲ୍କାତା
ରାଜ୍ୟସଭାର ୬ଟି ଆସନ ପାଇଁ ଉପ ନିର୍ବାଚନ ହେବ। ପଶ୍ଚିମବଙ୍ଗ ରାଜ୍ୟସଭା ଆସନ ପାଇଁ ଟିଏମ୍ସି ବିରୋଧରେ ପ୍ରାର୍ଥୀ ଦେବ ନାହିଁ ବୋଲି ବିଜେପି ଘୋଷଣା କରିଛି। ରାଜ୍ୟସଭା ଉପନିର୍ବାଚନରେ ‘ତୃଣମୂଳ କଂଗ୍ରେସ’ର ସୁସ୍ମିତା ଦେବଙ୍କ ବିପକ୍ଷରେ ‘ଭାରତୀୟ ଜନତା ପାର୍ଟି’ ପ୍ରାର୍ଥୀ ଠିଆ କରାଇବ ନାହିଁ ବୋଲି ପଶ୍ଚିମବଙ୍ଗ ‘ବିଜେପି’ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ଏନେଇ ଆଜି ଟୁଇଟ୍ କରି ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପଶ୍ଚିମବଙ୍ଗ ପାଇଁ ହେବାକୁ ରାଜ୍ୟସଭା ଉପନିର୍ବାଚନ ପାଇଁ ‘ବିଜେପି’ କୌଣସି ପ୍ରାର୍ଥୀ ମନୋନୟନ କରିବ ନାହିଁ। ଫଳାଫଳ ପୂର୍ବ-ପରିକଳ୍ପିତ। ଅନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ଅନିର୍ବାଚିତ କରିବା ପାଇଁ ସୁନିଶ୍ଚିତ ହେବା ହେଉଛି ଆମର ଲକ୍ଷ୍ୟ। ଜୟ ମା କାଳୀ। ଖାଲି ପଡ଼ିଥିବା ପଶ୍ଚିମବଙ୍ଗ ରାଜ୍ୟସଭା ଆସନ ନିମନ୍ତେ ପ୍ରାର୍ଥୀ ନ ଦେବା ପାଇଁ ‘ବିଜେପି’ ନିଷ୍ପତ୍ତି ନେବାଦ୍ବାରା ‘ତୃଣମୂଳ କଂଗ୍ରେସ’ର ସୁସ୍ମିତା ଦେବ ନିର୍ବିବାଦରେ ବିଜୟିନୀ ହେବେ ସ୍ପଷ୍ଟ ହେଉଛି । ଆଜି ସୁସ୍ମିତା ବିଧାନସଭାରୁ ପଶ୍ଚିମବଙ୍ଗ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଦାଖଲ କରିବେ ସୂଚନା ମିଳୁଛି ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..