ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି । ପ୍ରାୟ ୪ ଘଣ୍ଟା ଲାଏ ଡିଟେକ୍ସନ ଟେଷ୍ଟରେ ବିଦ୍ୟାଭାରତୀଙ୍କୁ ପାଖାପାଖି ୧୦୦ ପ୍ରଶ୍ନ ପଚରାଯାଇଥିବା ସୂଚନା ମିଳିଛି । ସୋମବାର ଭୁବନେଶ୍ବର ଫୋରେନସିକ୍ ଲାବୋରେଟୋରୀରେ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ପୂର୍ବରୁ ଦେଇଥିବା ବୟାନ ଏବଂ ଲାଏ ଡିଟେକ୍ସନ ଟେଷ୍ଟରେ ଆସିଥିବା ରିପୋର୍ଟକୁ ତର୍ଜମା କରିବ କ୍ରାଇମବ୍ରାଞ୍ଚ । ଉଲ୍ଲେଖଯୋଗ୍ୟ ଯେ, ଗତ ଶନିବାର ଗଜପତି DFO ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟାଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ପ୍ରାୟ ୩ ଘଣ୍ଟା କାଳ ଟେଷ୍ଟରେ ତାଙ୍କୁ ୧୦୦ଟି ପ୍ରଶ୍ନ ପଚରା ଯାଇଥିଲା । ସେହିପରି ରୋଷେୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟରେ ୧୨୦ ମିନିଟରେ ୬୦ପ୍ରଶ୍ନ କରିଥିଲା କ୍ରାଇମବ୍ରାଞ୍ଚ । ରାଜ୍ୟ ଫୋରେନସିକ୍ ଲାବୋରେଟୋରୀରେ ହୋଇଥିଲା ଲାଏ ଡିଟେକ୍ସନ ଟେଷ୍ଟ । ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇବାକୁ କ୍ରାଇମବ୍ରାଞ୍ଚର ଘଟଣାର ତଦନ୍ତ ଚଳାଇଛି ।






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ