ରିପୋର୍ଟ କାର୍ଡ / ସୋନପୁର
ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲେ ପୋଲିସ ଡ୍ରାଇଭର । ସୁବର୍ଣ୍ଣପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଞ୍ଜିତ ପଧାନଙ୍କ ନାଁରେ ଏପରି ଅଭିଯୋଗ ହେବା ପରେ ପୋଲିସ ତୁରନ୍ତ ତାଙ୍କୁ ଗିରଫ କରି ଜେଲ୍ ପଠାଇ ଦେଇଛି । ଗତକାଲି ଜିଲ୍ଲାର ସୁବଳୟା ଥାନାରେ ଜୈନିକା ଯୁବତୀ ରଞ୍ଜିତଙ୍କ ବିରୋଧରେ ଦୁଷ୍ମର୍ମ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ଆଧାରରେ ସୁବଳୟା ପୋଲିସ ରଞ୍ଜିତଙ୍କୁ ସୋନପୁରରୁ ଉଠାଇ ଆଣି କୋର୍ଟଚାଲାଣ କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୂର୍ବରୁ ନବରଙ୍ଗପୁରରେ ଚାକିରି କରୁଥିବା ସମୟରେ ସେଠାକାର ଜଣେ ଯୁବତୀ ରଞ୍ଜିତଙ୍କ ନାଁରେ ଅଭିଯୋଗ କରିଥିଲେ । ଏହାପରେ ମାଲକାନଗିରି ଜିଲ୍ଲାକୁ ତାଙ୍କ ବଦଳି ହୋଇ ଯାଇଥିଲା। କିଛିମାସ ପୂର୍ବେ ରଞ୍ଜିତଙ୍କର ସୁବର୍ଣ୍ଣପୁର ଜିଲ୍ଲାକୁ ବଦଳି ହୋଇଥିଲା । ଏବେ ପୁଣି ସୁବଳୟା ଥାନା ଅଞ୍ଚଳର ଜଣେ ଯୁବତୀ ରଞ୍ଜିତଙ୍କ ନାଁରେ ଦୁଷ୍କର୍ମ ଭଳି ଅଭିଯୋଗ ଆଣିବା ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇଛି। ଏଥର ତାଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇ ଦେଇଛି।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……