ରିପୋର୍ଟ କାର୍ଡ / କେନ୍ଦୁଝର
ଲିଫ୍ଟ ଦେବା ବାହାନାରେ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲାରୁ। ସୂଚନା ଅନୁସାରେ, ଗତ ଶୁକ୍ରବାର ରାତିରେ ସମ୍ପୃକ୍ତ ମହିଳା କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ବଡବିଲ ଥାନା ଅନ୍ତର୍ଗତ ରୋଇଡ଼ା ଛକ ନିକଟରେ ଡମ୍ପରରେ ଲିଫ୍ଟ ଦେଇ ଘରେ ଛାଡ଼ି ଦେବେ ବୋଲି ଡମ୍ପରର ଦୁଇ ଜଣ ଡ୍ରାଇଭର କହିଥିଲେ। କିନ୍ତୁ ଲିଫ୍ଟ ଦେବା ପରେ ଦୁର୍ବୃତ୍ତମାନେ ଡମ୍ପର ଭିତରେ ରାତି ସାରା ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ବଡବିଲ ଥାନାରେ ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ଡମ୍ପରଟିକୁ ଜବତ କରିଛି।






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ