ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଚଭୂତରେ ବିଲୀନ ହୋଇଛି ରତନ ଟାଟାଙ୍କ ପାର୍ଥିବ ଶରୀର। ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାର୍ସୀ ରୀତିନୀତିରେ ରତନ ଟାଟାଙ୍କ ଅନ୍ତିମ ସତ୍କାର ସମ୍ପାଦନ ହୋଇଛି। ପାର୍ସୀ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ମରଶରୀରକୁ ପୋତା ଯାଇନି କି ପୋଡ଼ା ଯାଇନି। ରୀତି-ନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ପୂର୍ବରୁ ମରଶରୀରକୁ ଗାଧୋଇ ଦିଆଯିବା ପରେ ନୂଆ ବସ୍ତ୍ର ପିନ୍ଧାଇ ଦିଆଯାଇଥିଲା। ପାର୍ସି ପରମ୍ପରା କ୍ରମେ ଶରୀରକୁ ଶବଗୃହରେ ରଖଯାଏ। ସେଠାରେ ଚିଲ-ଶାଗୁଣା ଶବକୁ ଖାଇଥାନ୍ତି। ଏହା ପାର୍ସୀ ପରମ୍ପରାର ନିୟମ ହୋଇଥିବାରୁ ରତନ ଟାଟାଙ୍କ ଶେଷକୃତ୍ୟ ଏହି ଅନୁସାରେ ସମ୍ପନ୍ନ ହୋଇଛି। ଗତକାଲି ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ରତନ ଟାଟା। ବାର୍ଦ୍ଧକ୍ୟ ଜନିତ ରୋଗ କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା।






More Stories
ଆଇଆରଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ବ୍ରିଟେନ…..
ଓମାରଙ୍କୁ ବିଜେପିର ଆଇନଗତ ନୋଟିସ…..
ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟିର ପରାମର୍ଶ…..