ରିପୋର୍ଟ କାର୍ଡ / କଟକ
ଆଜି ରତ୍ନଭଣ୍ଡାର ମରାମତି ସମ୍ପର୍କିତ ମାମଲାରେ ହାଇକୋର୍ଟ ରାୟ ଶୁଣାଇଛନ୍ତି । ରତ୍ନଭଣ୍ଡାର ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ଶ୍ରୀମନ୍ଦିର ପ୍ରଶାସନକୁ ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨ ମାସ ଭିତରେ କମିଟି ଗଠନ ସଂପର୍କରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ରହିଛି । ଏ ନେଇ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଗଣମାଧ୍ୟକୁ ସୂଚନା ଦେଇଛନ୍ତି । ପୂର୍ବରୁ ASI ପକ୍ଷରୁ ଦିଆଯାଇଥିବା ସତ୍ୟପାଠରେ ଭିତର ଭଣ୍ଡାରର କାନ୍ଥରେ ଫାଟ ଥିବା, କାନ୍ଥ ଏବଂ ଛାତରୁ ପ୍ଳାଷ୍ଟର ଖସିବା , ଚଟାଣ ସନ୍ତସନ୍ତିଆ ଥିବା ନେଇ ସତ୍ୟପାଠରେ ଦର୍ଶାଯାଇଥିଲା । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……