ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନୋଏଡାର ସୁପରଟେକ୍ ସୁପରନୋଭାରେ ଚାଲିଥିଲା ରେଭ ପାର୍ଟି। ଚଢାଉ କରି ପୋଲିସ ୩୫ ଜଣ କଲେଜ ଛାତ୍ରଛାତ୍ରୀଙ୍କୁ ଅଟକ ରଖିଛି। ପାର୍ଟିରେ ନିଶା ସେବନ ସାଙ୍ଗଙ୍କୁ ବିଶୃଙ୍ଖଳିତ ଆଚରଣ କରିବା ଅଭିଯୋଗରେ ପୁଲିସ ଚଢାଉ କରିଥିଲା। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ନୋଏଡାର ସୁପରଟେକ୍ ସୁପରନୋଭାରେ କିଛି ପିଲା ଡ୍ରଗ୍ସ ପାର୍ଟି କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏମାନେ ପାର୍ଟି କରିବା ସହ ମଦ୍ୟପାନ କରିବା ପରେ ମଦ ବୋତଲକୁ ସେମାନଙ୍କ ଛାତ ଉପରକୁ ଫିଙ୍ଗିଥିବା କିଛି ଲୋକ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ଉତ୍ତର ପ୍ରଦେଶ ପୁଲିସ ଉକ୍ତ ଅଞ୍ଚଳରେ ଚଢାଉ କରିଥିଲା। ଏହି ମାମଲାରେ ପୁଲିସ ୩୫ ଜଣ କଲେଜ ଛାତ୍ରଛାତ୍ରୀଙ୍କ ସମେତ ପାଞ୍ଚଟି ସଂଗଠନ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ କରୁଛି। ଏଥିସହ ଘଟଣାସ୍ଥଳରୁ ମଧ୍ୟ କିଛି ହୁକା ଏବଂ ଦାମୀ ମଦ ବୋତଲ ଜବତ କରିଛି। ଖବର ଅନୁସାରେ, ଏହି ପାର୍ଟିରେ ସିଙ୍ଗଲ୍ ଏବଂ କପଲ୍ ପିଲା ସାମିଲ ହୋଇଥିଲେ। ଜଣଙ୍କ ପାଇଁ ୫୦୦ ଏବଂ କପଲଙ୍କ ପାଇଁ ୮୦୦ ଟଙ୍କା ଟିକେଟ୍ ରହିଥିଲା। ରେଭ୍ ପାର୍ଟି ନେଇ ହ୍ୱାଟ୍ସଆପ୍ ଜରିଆରେ ସୂଚନା ଆଦାନ ପ୍ରଦାନ କରାଯାଇଥିଲା।






More Stories
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..
୨୦ରୁ ସଂସଦର ମୌସୁମୀ ଅଧିବେଶନ…..
ରାମ ମନ୍ଦିରରୁ ଚୋରି ଘଟଣା ଦୁଃଖଦାୟକ…..