Report Card Odisha

| Daily Odia News

ଓଏଏସ ସ୍ତରରେ ଅଦଳବଦଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶା ପ୍ରଶାସନିକ ସେବା ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । କୋଷାଗୁମୁଡ଼ାର ପୂର୍ବତନ ବିଡିଓ ଏ. କାର୍ତ୍ତିକଙ୍କୁ ନାରାୟଣପାଟଣା ତହସିଲଦାର ଦାୟିତ୍ୱ ଦିଆଯାଇଛି । ଝରିଗାଁର ପୂର୍ବତନ ବିଡିଓ ଦେବେନ୍ଦ୍ର ବାହାଦୁର ସିଂହ ଧରୁଆଙ୍କୁ ପଟ୍ଟାଙ୍ଗିର ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଡାମୁଗାମ ତହସିଲଦାର ସନ୍ଧ୍ୟାରାଣୀ ସମର୍ଥଙ୍କୁ ଲମତାପୁଟ ବିଡିଓ ଭାବେ ଦାୟିତ୍ୱ ମିଳିଛି । ଲମତାପୁଟ ବିଡିଓ ଭବାନୀ ଶଙ୍କର ମିଶ୍ରଙ୍କୁ ଡାମୁଗାମ ତହସିଲଦାର, ତରଭା ବିଡିଓ ବିନୟ କୁମାର ପଟେଲଙ୍କୁ ରେଙ୍ଗାଲି ବିଡିଓ, ରେଙ୍ଗାଲି ବିଡିଓ ଶଙ୍କର ପ୍ରସାଦ ସାହୁଙ୍କୁ ତରଭା ବିଡିଓ, ରାଜଗାଙ୍ଗପୁର ତହସିଲଦାର ସରତ କୁମାର ବାଗଙ୍କୁ କୋରାପୁଟ ଡେପୁଟି କଲେକ୍ଟର, ଖୋର୍ଦ୍ଧା ବିଡିଓ ସ୍ନେହପ୍ରଭା ମାଝିଙ୍କୁ କୋଟପାଡ଼ ବିଡିଓ, ଲଖନପୁର ବିଡିଓ ସଞ୍ଜୀବ କୁମାର ପଟେଲଙ୍କୁ କୁନ୍ଦ୍ରା ବିଡିଓ ଭାବେ ଦାୟିତ୍ୱ ଦିଆଯାଇଛି । କୋଟପାଡ଼ ବିଡିଓ ଦାସରଥୀ ସରାବୁଙ୍କୁ ଗଜପତି ଜିଲ୍ଲା ନୂଆଗଡ଼ ତହସିଲଦାର, ଜଳ ଶକ୍ତି ବିଭାଗର ଡେପୁଟି ଡାଇରେକ୍ଟର କମ୍ ଅଣ୍ଡର ସେକ୍ରେଟେରୀ ସତ୍ୟଜିତ ସାହୁଙ୍କୁ ସତ୍ୟବାଦୀ ବିଡିଓ, ସତ୍ୟବାଦୀ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କୁ ପୁରୀ ଡେପୁଟି କଲେକ୍ଟର, କଣାସ ଅତିରିକ୍ତ ତହସିଲଦାର ସହଦେବ ସାହୁଙ୍କୁ ବିରିଡ଼ି ତହସିଲଦାର, ଝାରସୁଗୁଡ଼ା ଡେପୁଟି କଲେକ୍ଟର ନିବେଦିତ ପ୍ରଧାନଙ୍କୁ ରାଉରକେଲା ଡେପୁଟି କଲେକ୍ଟର, ବିରିଡ଼ି ତହସିଲଦାର ସାଗରିକା ପ୍ରିୟଦର୍ଶିନୀଙ୍କୁ ଜଳ ଶକ୍ତି ବିଭାଗରେ ଦାୟିତ୍ୱ ମିଳିଛି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

Breaking News