ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ରବିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆରଏସ୍ ମୁଖ୍ୟ କେସିଆରଙ୍କୁ ଭେଟିଛନ୍ତି। କେସିଆର ବର୍ତ୍ତମାନ ହାଇଦ୍ରାବାଦର ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ରେବନ୍ଥ ସେଠାରେ ପହଞ୍ଚିଥିଲେ। ଏହି ସମୟରେ କେସିଆରଙ୍କ ପୁଅ କେଟିଆର ମଧ୍ୟ ଉପସ୍ଥିତ ରହିଥିଲେ। ଡିସେମ୍ବର ୭ରେ କେସିଆରଙ୍କ ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ହୋଇଛି। ଏହାର ଦିନକ ପୂର୍ବରୁ ସେ ତଳେ ପଡ଼ି ଜଖମ ହୋଇଥିଲେ। ଡିସେମ୍ବର ୩ରେ ତେଲଙ୍ଗାନା ବିଧାନସଭା ନିର୍ବାଚନର ରେଜଲ୍ଟ ପ୍ରକାଶ ପାଇଥିଲା। ଏହି ନିର୍ବାଚନରେ କେସିଆରଙ୍କୁ ଗାଦିଚ୍ୟୁତ କରି କଂଗ୍ରେସ କ୍ଷମତା ଦଖଲ କରିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….