ରିପୋର୍ଟ କାର୍ଡ / କନ୍ଧମାଳ
ଜମି ପଟ୍ଟା ବାବଦରେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ। ଘଟଣାଟି ହେଉଛି କନ୍ଧମାଳ ଜିଲ୍ଲା କୋଟଗଡ଼ ତହସିଲ ଦୁର୍ଗାପଙ୍ଗା ଅଞ୍ଚଳର ଆରଆଇ ଦିଲ୍ଲୀପ କୁମାର ସାହୁ। ଆରଆଇ ଦିଲ୍ଲୀପ କୁମାର ସାହୁ ଜଣକ ଜମି ପଟ୍ଟା ହସ୍ତାନ୍ତରଣ କରିବା ବାବଦରେ ବିକ୍ରମ ମଲ୍ଲିକଙ୍କୁ ୫ ହଜାର ଟଙ୍କା ଦାବି କରିଥିଲେ। ବିକ୍ରମ ଏନେଇ ଫୁଲବାଣୀ ଭିଜିଲାନ୍ସରଙ୍କ ଦ୍ୱାରସ୍ତ ହୋଇଥିଲେ। ଆଜି ବିକ୍ରମଙ୍କ ଠାରୁ ଆରଆଇ ଦିଲ୍ଲୀପ କୁମାର ସାହୁ ୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ ମାଡ଼ିବସିଥିଲା। ଫୁଲବାଣୀ ଭିଜିଲାନ୍ସ ଟିମ ଏନେଇଁ ମାମଲା ରୁଜୁ କରିବା ସହିତ ଆରଆଇଙ୍କ କୋଟଗଡ଼ ସ୍ଥିତ ସରକାରୀ ବାସଭବନ ଓ ତାଙ୍କ ଖଜୁରୀପଡ଼ା ସ୍ଥିତ ନିଜସ୍ୱ ଘରେ ଭିଜିଲାନ୍ସ ଟିମ ଚଢ଼ାଉ କରୁଥିବା ଜଣାପଡିଛି |






More Stories
ନୂଆ DGP ଚୟନ ପ୍ରକ୍ରିୟା ମାମଲାର ଆଜି ଶୁଣାଣି……
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବନ୍ୟାଞ୍ଚଳରେ ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ…..