ରିପୋର୍ଟ କାର୍ଡ / ଭଦ୍ରକ
‘ମୋ’ ମୁଣ୍ଡ କ’ଣ ୨୦୦ଟଙ୍କା। ମୁଁ କ’ଣ ୨ଶହ ଟଙ୍କାରେ ତୁମ କାମ କରିବାକୁ ଏଠାରେ ଚାକିରି କରିଛି। ସବୁ କାମର ଅଲଗା ରେଟ୍ ଅଛି। ରେଟ୍ ଛିଣ୍ଡାଅ, କାମ କରିବି।’ ଏକ ଜାତିଗତ ପ୍ରମାଣପତ୍ର କରାଇ ଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ଏପରି ଠାଣି ଦେଖାଇ ୫ଶହ ନ ହେଲେ କାମ ହେବନି ବୋଲି କହିଥିବା ଆରଆଇଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। ନିଲମ୍ବିତ ହୋଇଥିବା ରାଜସ୍ୱ ନିରୀକ୍ଷକ ହେଉଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅଧୀନ ଦଳାଙ୍ଗ ରାଜସ୍ୱ ମଣ୍ଡଳର ରାଜସ୍ୱ ନିରୀକ୍ଷକ ତାପସ ଜେନା। ଆରଆଇ ତାପସ ଜେନା ଲାଞ୍ଚ ନେବାର ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାପାଳ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..