ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ eye drop ବ୍ୟବହାର କରି ଲୋକଙ୍କର ଦୃଷ୍ଟି ଶକ୍ତି ହ୍ରାସ ଏବଂ ମୃତ୍ୟୁ ଭଳି ସାଙ୍ଘାତିକ ଅଭିଯୋଗ ଆମେରିକାରୁ ଆସିଛି। ଏହି ଅଭିଯୋଗ ଆସିବା ପରେ ଚେନ୍ନାଇ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ବର୍ତ୍ତମାନ ଏହି eye drop ଉତ୍ପାଦନ ବନ୍ଦ କରି ଦେଇଛି। ଏହି eye drop ବ୍ୟବହାର ଦ୍ୱାରା ଆମେରିକାର ଅନେକ ଲୋକଙ୍କର ଦୃଷ୍ଟି ଶକ୍ତି ହ୍ରାସ ପାଇଛି ଏବଂ କେତେକଙ୍କ ମୃତ୍ୟୁ ଘଟିଛି ବୋଲି ଅଭିଯୋଗ ହୋଇଛି। ଆମେରିକା ଏପରି ଅଭିଯୋଗ କରିବା ପରେ ପୂର୍ବରୁ କମ୍ପାନୀ ଏହି ଔଷଧ ସାମଗ୍ରୀ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ କମ୍ପାନୀ ମଧ୍ୟ ଏହି ଔଷଧ ଉତ୍ପାଦନ ବନ୍ଦ କରି ଦେଇଛି। ଚେନ୍ନାଇ ସ୍ଥିତ ଗ୍ଲୋବାଲ୍ ଫାର୍ମା ହେଲଥ କେୟାର ଦ୍ୱାରା ନିର୍ମିତ ‘ଆର୍ଟିଫିସିଆଲ୍ ଟିଅର’ eye drop କୁ ଏବେ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ (ସିଡିସି) ପରୀକ୍ଷା କରୁଛି। ଏଥି ସହିତ ଆମେରିକାର ଫୁଡ ଏବଂ ଡ୍ରଗ ଆଡମିନିଷ୍ଟ୍ରେସନ(ଏଫଡିଏ) କହିଛି ଯେ ବର୍ତ୍ତମାନ ଏହି କମ୍ପାନୀର ଉତ୍ପାଦ ଆମଦାନୀ ବନ୍ଦ କରିବାକୁ ଯାଉଛି। ଏହାବାଦ ଆମେରିକାର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ଅନୁଯାୟୀ, ଜୀବାଣୁ ପ୍ରଦୂଷଣ ହେତୁ ଆଜ୍ରିକେୟାର ‘ଆର୍ଟିଫିସିଆଲ୍ ଟିଅର’ ଏବଂ ଡେଲସମ୍ ଫାର୍ମାଙ୍କ ‘ଆର୍ଟିଫିସିଆଲ୍ ଟିଅର’ କିଣିବାକୁ ବାରଣ କରିବାକୁ ଏଫଡିଏ ଗ୍ରାହକ ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପରାମର୍ଶ ଦେଉଛି। ଏହି ଔଷଧ ବ୍ୟବହାର ହେତୁ ଆଖି ସଂକ୍ରମଣ ସହିତ ଦୃଷ୍ଟିଶକ୍ତି ହ୍ରାସ ଏବଂ ମୃତ୍ୟୁ ମଧ୍ୟ ହୋଇପାରେ।






More Stories
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..