ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ-ୟୁକ୍ରେନ୍ ମଧ୍ୟରେ ଲଢେଇ ଜାରିରହିଛି | ଯୁଦ୍ଧକୁ ନେଇ ଅନେକ ଦେଶ ନିନ୍ଦାକୁଛନ୍ତି | ଯୁଦ୍ଧକୁ ବିରୋଧ କରି ରୁଷରେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି । ହେଲେ ବିରୋଧକାରୀଙ୍କ ଉପରେ ରୁଷ୍ ପୋଲିସ ଲାଠି ମାଡ଼ କରିଥିବା ସୂଚନା ମିଳିଛି । ୟୁକ୍ରେନ୍ ବିରୋଧରେ ଅମାନବୀୟ ଆକ୍ରମଣକୁ ବିରୋଧ କରି ମସ୍କୋରେ ଲୋକେ ନିଜ ଦେଶ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ସେମାନଙ୍କ ଉପରେ ପୋଲିସ ଦମନଲୀଳା ଆରମ୍ଭ କରିଛି। ଏନେଇ ୟୁକ୍ରେନ୍ ମିଡିଆ ପକ୍ଷରୁ ପୋଲିସ ଆକ୍ରମଣର ଏକ ଭିଡିଓ ସେୟାର କରାଯାଇଛି। ଏହି ଦୃଶ୍ୟଟି ସୋଶାଲ ମଡିଆରେ ବେଶ ଭାଇରାଲ ହୋଇଛି। ୟୁକ୍ରେନ୍ ଉପରେ ରୁଷ କରୁଥିବା ସଂହାରଲୀଳାକୁ ବିରୋଧ କରି ଗୁରୁବାର ମସ୍କୋରେ ସାଧାଣ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ଆନ୍ଦୋଲନକାରୀମାନେ ରୁଷ ସେନା ଓ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ଯୁଦ୍ଧକୁ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି। ଯୁଦ୍ଧ ବିରୋଧୀ ଆନ୍ଦୋଲନରେ ସାମିଲ ହୋଇଥିବା ରବିବାର ୪୮ଟି ସହରରେ ୨୦୦୦ ରୁଷୀୟ ନାଗରିକଙ୍କୁ ପୋଲିସ ଅଟକ ରଖିଛି। ଆନ୍ଦୋଳନକାରୀମାନେ ନିଜ ଦେଶର ଦେଶର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଯୁଦ୍ଧ ଆରମ୍ଭରୁ ବିରୋଧ କରିଥିବା ଏପର୍ଯ୍ୟନ୍ତ ପ୍ରାୟ ୫୫୦୦ ବିକ୍ଷୋଭକାରୀଙ୍କୁ ପୋଲିସ ଅଟକର ରଖିଥିବା ଜଣାପଡିଛି |






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..