Report Card Odisha

| Daily Odia News

ବିଜେଡି ୭୩୦ ଆସନରେ ଆଗୁଆ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ତୃତୀୟ ଦିନ । ୨୩୦ ଜିଲ୍ଲା ପରିଷଦ ଜୋନର ଆଜି ଆସିବ ଫଳାଫଳ। ସକାଳୁ କଡ଼ା ସୁରକ୍ଷାରେ ଚାଲିଛି ଭୋଟ ଗଣତି । ପ୍ରଥମ ଓ ଦ୍ୱିତୀୟ ଦିନରେ ବିଜେଡିର ଦମଦାର ବିଜୟୀ ହୋଇଛି । ପଞ୍ଚାୟତ ନିର୍ବାଚନ ଫଳାଫଳରେ ବର୍ତ୍ତମାନ ସୁଦ୍ଧା ୮୧୯ରୁ ୭୩୦ଆସନରେ ଆଗୁଆ ଅଛି ବିଜେଡି । ୪୪ ଟି ଆସନରେ ବିଜେପି, ୩୪ ଆସନରେ କଂଗ୍ରେସ, ୮ ଆସନରେ ଅନ୍ୟାନ୍ୟ ପ୍ରାର୍ଥୀ ଆଗୁଆ ରହିଛନ୍ତି । ପ୍ରଥମ ଓ ଦ୍ୱିତୀୟ ଦିନରେ ବାଜିମାତ କରିଛି ବିଜେଡି । ୬୨୦ ଜୋନରୁ ବିଜେଡି ୫୫୩ଟିରେ ଆଗୁଆ ରହିଛି । ବିଜେପି ଓ କଂଗ୍ରେସ ୩୦ଟି ଲେଖାଏଁ ଜୋନରେ ଆଗୁଆ ରହିଛନ୍ତି । ଦ୍ୱିତୀୟ ସ୍ଥାନ ପାଇଁ ବିଜେପି-କଂଗ୍ରେସ ମଧ୍ୟରେ ଦେଖିବାକୁ ଲାଗିଛି ଲଢ଼େଇ । ଦ୍ୱିତୀୟ ଦିନ ଗଣତିରେ ୨୭୦ଟି ଜୋନର ରେଜଲ୍ଟ ପ୍ରକାଶ ପାଇଛି । ଶେଷ ରିପୋର୍ଟ ଅନୁସାରେ ୨୩୬ଟି ଜୋନରେ ବିଜେଡି ବିଜୟୀ ରହିଛି । ବିଜେପି ୧୬ ଓ କଂଗ୍ରେସ ୧୫ଟି ଆସନରେ ବିଜୟୀ ହୋଇଛନ୍ତି । ଏଯାବତ୍ ଅନ୍ୟାନ୍ୟ ଦଳ ସପକ୍ଷରେ ଯାଇଛି ମାତ୍ର ୩ଟି ଜୋନ୍ ।

 

Breaking News