ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାହାରା ଇଣ୍ଡିଆ ଗ୍ରୁପର ପ୍ରତିଷ୍ଠାତା ସୁବ୍ରତ ରାୟଙ୍କର ହୃଦ୍ଘାତରେ ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସାହାରା ଇଣ୍ଡିଆ ପରିବାର ପକ୍ଷରୁ ଜାରି ବିବୃତ୍ତିରେ ସାହାରା ଇଣ୍ଡିଆ ଅଧ୍ୟକ୍ଷଙ୍କ ଦେହାନ୍ତ ବିଷୟରେ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ସ୍ୱାସ୍ଥ୍ୟରେ ଅବନତି ପରେ ସୁବ୍ରତ ରାୟଙ୍କୁ ଚଳିତ ବର୍ଷ ନଭେମ୍ବର ୧୨ରେ କୋକିଳାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲ ଆଣ୍ଡ ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଭର୍ତ୍ତି କରାଯାଇଥିଲା ଏବଂ ସେ ବିଭିନ୍ନ ସ୍ୱାସ୍ଥ୍ୟଗତ ଜଟିଳତା ସହ ସଂଗ୍ରାମ କରୁଥିଲେ। ଏଥିସହ ସମାଜବାଦୀ ପାର୍ଟି ଏକ୍ସରେ ଏକ ପୋଷ୍ଟରେ ସୁବ୍ରତ ରାୟଙ୍କ ପରଲୋକରେ ସମବେଦନା ଜଣାଇଛି। ଦଳ କହିଛି, “ସାହାରାଶ୍ରୀ ସୁବ୍ରତ ରାୟଜୀଙ୍କର ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ତାଙ୍କ ଆତ୍ମାର ସଦଗତି ହେଉ।






More Stories
ହଟିବନି ଟେଲିଗ୍ରାମ ବ୍ୟାନ…..
ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଗତ ଲକ୍ଷ୍ୟରେ ବିଜେପି……
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..