ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଥିବା ସାମୟିକ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ଏହି ଶିକ୍ଷକମାନେ ୭ ହଜାର ଟଙ୍କା ପାଉଥିଲେ। ଏଣିକି ସେମାନଙ୍କ ମାସିକ ପାରିଶ୍ରମିକ ବର୍ଷକୁ ୧୦ ମାସ ପରିବର୍ତ୍ତେ ପୁରା ୧୨ ମାସ ପାଇଁ ପାଇବେ ବୋଲି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଏବଂ ମାସିକ ୨୪ଟି ପରିୟଡ ପରିବର୍ତ୍ତେ ୩୦ଟି ପିରିୟଡରେ ଶିକ୍ଷା ପ୍ରଦାନ କରିବେ। ଏହାସହିତ ଅନ୍ୟ ସରକାରୀ କର୍ମଚାରୀ ମାନଙ୍କ ପରି ମହିଳା କଳା ଓ କ୍ରୀଡ଼ା ପ୍ରଶିକ୍ଷକମାନେ ଆବଶ୍ୟକସ୍ଥଳେ ମାତୃତ୍ବ ଛୁଟି ମଧ୍ୟ ପାଇପାରିବେ।






More Stories
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……
ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି…..
ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ…..