ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାଲୁଗା ପ୍ରଧାନ ହେଲେ ଓଡିଶା ବିଧାନସଭାର ନୂଆ ଉପବାଚସ୍ପତି | ଶ୍ରୀ ପ୍ରଧାନ ହେଉଛନ୍ତି ଜି. ଉଦୟଗିରିର ବିଜେଡି ବିଧାୟକ | ଆଜି ସର୍ବ ସହମତି କ୍ରମେ ନିର୍ଦ୍ବନ୍ଦରେ ସାଲୁଗା ପ୍ରଧାନ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି | ସାଢେ ୯ଟା ବେଳେ ବିଧାନସଭାରେ ହୋଇଛି ମତଦାନ । ବିଧାୟକ ସାଲୁଗା ପ୍ରଧାନ ଏକ ମାତ୍ର ପ୍ରାର୍ଥୀ ନାମାଙ୍କନ କରିଥିବାରୁ ସେ ପରବର୍ତ୍ତୀ ଉପ-ବାଚସ୍ପତି ହେବା ଏକ ପ୍ରକାର ସୁନିଶ୍ଚିତ ଥିଲା । ପରେ ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବ । ପ୍ରଥମେ ଦିବଂଗତ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହେବା କାର୍ଯ୍ୟକ୍ରମ ରହିଛି ।






More Stories
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୁଖ୍ୟମନ୍ତ୍ରୀ ନେଲେ ଆକ୍ସନ;୪ ନିଲମ୍ବିତ……
ରାଜଧାନୀରେ ଜଳିଗଲା କାର…..