ରିପୋର୍ଟ କାର୍ଡ / ପୁରୀ
ଆସନ୍ତାକାଲି ବାହୁଡ଼ା ଯାତ୍ରା | ଆଜି ଆଡ଼ପ ମଣ୍ଡପରେ ନବମୀ ତିଥିରେ ଶ୍ରୀଜିଉଙ୍କ ସନ୍ଧ୍ୟା ଦର୍ଶନକୁ ଅପରାହ୍ନ ୫ଟା ଭିତରେ ସୀମିତ ରଖାଯାଇଛି। ଆଜି ସକାଳୁ ଗୁଣ୍ଡିଚା ମନ୍ଦିର ଫିଟାଯାଇ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଛି। ମଙ୍ଗଳଆଳତି ପରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ। ଶ୍ରୀଜିଉଙ୍କ ବାହୁଡ଼ାଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି | ଆଜି ଅଧିକରୁ ଅଧିକ ଭକ୍ତଙ୍କ ସମାଗମ ହେବା ଆଶଙ୍କା ରହିଛିା ତେଣୁ ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବାହୁଡ଼ା ନୀତିକୁ କିଭଳି ଶୃଙ୍ଖଳିତ କରାଯିବ ସେନେଇ ଆରଡିସିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୁରୁତ୍ୱତ୍ପୂର୍ଣ୍ଣ ନିଷ୍ପତ୍ତି ହୋଇଛି।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:କୋର୍ଟରେ ଆତ୍ମସମର୍ପଣ କଲେ ସଂଗ୍ରାମ ବେହେରା…..
ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କମ୍ୟୁନିଷ୍ଟ…..
ସ୍ବର୍ଣ୍ଣ ଜିତିଲେ ମୀରାବାଈ ଚାନୁ…..