Report Card Odisha

| Daily Odia News

ଦାୟିତ୍ବ ନେଲେ ସଞ୍ଜୟ ବିଶ୍ବାଳ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳ ଶନିବାର ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷଠାରେ ଶ୍ରୀ ବିଶ୍ୱାଳଙ୍କୁ ଅତିରିକ୍ତ ସଚିବ ଅଶୋକ କୁମାର ବେହୁରିଆ, ଯୁଗ୍ମ ସଚିବ କଲାମୁଦ୍ଦିନ୍‌, ଅତିରିକ୍ତ ନିର୍ଦେଶକ ସ୍ମିତା କର, ଯୁଗ୍ମ ନିର୍ଦେଶକ ସୁଚେତା ପ୍ରିୟଦର୍ଶିନୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ପୂର୍ବତନ ନିର୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ତାଙ୍କର ନୂତନ କାର୍ଯ୍ୟଭାର ନେଇ ଶୁଭେଚ୍ଛା ଜଣାଇଥିଲେ।ବିଭାଗର ଅନ୍ୟ ଅଧିକାରୀମାନେ ମଧ୍ୟ ଶ୍ରୀ ବିଶ୍ୱାଳଙ୍କୁ ସ୍ୱାଗତ ଜଣାଇଥିଲେ। ନିର୍ଦେଶକ ଶ୍ରୀ ବିଶ୍ୱାଳ ବିଭାଗୀୟ କାର୍ଯ୍ୟର ସୂଚାରୁ ସମ୍ପାଦନ ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ ଲୋଡ଼ିଥିଲେ। ସୂଚନାଯୋଗ୍ୟ, ଶ୍ରୀ ବିଶ୍ୱାଳ ପୂର୍ବରୁ ବାଣିଜ୍ୟ ଓ ପରିବହନ ବିଭାଗରେ ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ ଥିଲେ। ଓଡ଼ିଶା ରାଜ୍ୟ ପରିବହନ ନିଗମ, କ୍ରୁଟ୍‌ ସମେତ ବିଭିନ୍ନ ବିଭାଗରେ ସେ ଜଣେ ପ୍ରଶାସନିକ ଅଧିକାରୀ ଭାବେ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।

Breaking News