ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଆ ପୁଅ ତଥା ଓଡ଼ିଆ ଭାରତୀୟ ପୋଲିସ୍ ସେବା ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋର ନିର୍ଦ୍ଦେଶକ ଭାବେ ଦ୍ୱାୟିତ୍ୱ ଗ୍ରହଣ କରିଛନ୍ତି । ନିକଟରେ ଦିଲ୍ଲୀର କମିଶନର୍ ପଦରେ ଅବସ୍ଥାନ ହୋଇଥିବା ରାକେଶ ଆସ୍ଥାନାଙ୍କ ପରେ ସେ ଏହା ଭାର ସମ୍ଭାଳିବେ । ଗୁରୁବାର ତାଙ୍କ ଠାରୁ ଶ୍ରୀ ପ୍ରଧାନ ଦ୍ୱାୟିତ୍ୱ ଗ୍ରହଣ କରିଛନ୍ତି । ସେ ବର୍ତ୍ତମାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ଫୋର୍ସ ବା ଏନ୍ଡିଆର୍ଏଫ୍ର ନିର୍ଦ୍ଦେଶକ ଅଛନ୍ତି । ସେ ୧୯୮୮ ବ୍ୟାଚ୍ର ଝାଡ଼ଖଣ୍ଡ କ୍ୟାଡର୍ର ଓଡ଼ିଆ ଆଇପିଏସ୍ ।






More Stories
ବିହାର ହାର୍ ପାଇଁ ଆରଜେଡି ଦାୟୀ…..
ଚମକିଲେ ଚିରାଗ ପାଶୱାନ,୨୨ସିଟରେ ଆଗୁଆ…..
ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ,ପ୍ରୋଜେକ୍ଟ କାର୍ଯ୍ୟ ବାଧ୍ୟତାମୂଳକ…..