Report Card Odisha

| Daily Odia News

ଆଜିଠାରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ,ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା । ୩୦ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୫ରେ ଶେଷ ହେବ | ରାଜ୍ୟର ମୋଟ୍ ୧୫ ହଜାର ୧୩୬ ଜଣ ପରୀକ୍ଷାର୍ଥୀ ଅଫ୍ ଲାଇନ୍‌ରେ ଦେଉଛନ୍ତି | ଏଥିପାଇଁ ୫୦୪ଟି ପରୀକ୍ଷା କେନ୍ଦ୍ର ହୋଇଛି । ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ । ଦିନ ୧୦ଟାରୁ ୧୧ ଟା ଯାଏ ଓଏମ୍‌ଆର୍ ଜରିଆରେ ୫୦ ମାର୍କର ଅବ୍‌ଜେକ୍ଟିଭ ଓ ୧୧ଟାରୁ ୧୨ ଟା ଯାଏ ୩୦ ମାର୍କର ସବ୍‌ଜେକ୍ଟିଭ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ମୋଟ୍ ୮୦ ମାର୍କର ପରୀକ୍ଷା ଦେବେ ଛାତ୍ରାଛାତ୍ରୀ । ହେଲେ ମାର୍କିଂ କରାଯିବ ଶହେ ନମ୍ବରରୁ । ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । କରୋନା ଗାଇଡଲାଇନ୍ସ ମାନି ପରୀକ୍ଷା କରାଯାଉଛି | ପରୀକ୍ଷାରେ ନିୟୋଜିତ ଶିକ୍ଷକଙ୍କର ଆଣ୍ଟିଜେନ୍ ଟେଷ୍ଟ ହୋଇଛି । ଗଣଶିକ୍ଷା ବିଭାଗ ପକ୍ଷରୁ ଅବଜର୍ଭର ମଧ୍ୟ ସବୁ କେନ୍ଦ୍ରରେ ନିୟୋଜିତ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଏହା ଶେଷ ସୁଯୋଗ । ସେପଟେ ପରୀକ୍ଷା କେନ୍ଦ୍ରଗୁଡିକ ପୁରା ତୟାର । ହଲ୍ ଗୁଡିକରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ସିଟିଂ ଆରେଞ୍ଜମେଣ୍ଟ ହୋଇଛି । କ୍ୟାମ୍ପସ୍‌କୁ ମଧ୍ୟ ବିଶୋଧନ କରାଯାଇଛି । ଏହାସହ ପରୀକ୍ଷା କେନ୍ଦ୍ରରେ ପ୍ରସ୍ତୁତ କରାଯାଇଛି ଆଇସୋଲେସନ୍ ରୁମ୍ । ଥର୍ମାଲ୍ ସ୍କ୍ରିନିଂ ଓ ସାନିଟାଇଜ୍ କରି ପରୀକ୍ଷାର୍ଥୀମାନେ ହଲ୍ ଭିତରକୁ ଯିବେ । ପରୀକ୍ଷା ଦେବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ।ସୂଚନା ଅନୁସାରେ -କରୋନା ପାଇଁ ଚଳିତ ବର୍ଷ ମାଟ୍ରିକ୍ ବୋର୍ଡ ପରୀକ୍ଷା କରାଯାଇନଥିଲା । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଦିଆଗଲା ମାର୍କ । ତେବେ ଏଥିରେ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିଲେ | ତେଣୁ ସରକାର ଆଜିଠାରୁ ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା ଆରମ୍ଭ ହେଉଛି | ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ରହିଛି |

Breaking News