ରିପୋର୍ଟ କାର୍ଡ / କଟକ
ଏସସିବି ମେଡିକାଲ କାର୍ଡିଓ ଥୋରାସିସ ଆଣ୍ଡ୍ ଭାସ୍କୁଲାର ସର୍ଜରି ବିଭାଗରେ ଏକ ଜଟିଳ ଅସ୍ତ୍ରୋପଚାର ସଫଳ ହୋଇଛି । ଭୁବନେଶ୍ୱର ଭିଏସ୍ଏସ୍ ନଗର ଅଞ୍ଚଳର ନିବାସ ଶର୍ମା ଶୋଇଥିବାବେଳେ ଅସାବଧାନତା କାରଣରୁ ତାଙ୍କ ଛାତିରେ ୪.୫ ଇଞ୍ଚର ଏକ ଛୁଞ୍ଚି ପଶିଯାଇଥିଲା। ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ କିଛି ସୁଫଳ ମିଳିନଥିଲା। ପରିବାର ଲୋକ ତାଙ୍କୁ କଟକ ଏସସିବି ମେଡିକାଲକୁ ନେଇଥିଲେ। ତାଙ୍କୁ କାର୍ଡିଓ ଥୋରାସିସ୍ ବିଭାଗରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଅସ୍ତ୍ରୋପଚାର କରି ନିବାସଙ୍କର ହୃତ୍ପିଣ୍ଡର ବାମଭାଗରେ ରହିଥିବା ଛୁଞ୍ଚିକୁ କାଢିଥିଲେ। ସିଟିଭିଏସ୍ ବିଭାଗର ମୁଖ୍ୟ ପ୍ରଫେସର ଡା. ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯାଇଛି। ସମ୍ପୃକ୍ତ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……