ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଛାତ୍ର ପ୍ରୋତ୍ସାହନ ଯୋଜନାରେ ଆର୍ଥିକ ସହାୟତା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଆବେଦନ ଚାଲିବ । ଛାତ୍ରଛାତ୍ରୀମାନେ www. samsodisha. gov.inରେ ଆବେଦନ କରିପାରିବେ । ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଛାତ୍ର ପ୍ରୋତ୍ସାହନ ଯୋଜନା ଅଧୀନରେ ଉଚ୍ଚଶିକ୍ଷା କ୍ଷେତ୍ରରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଦିଆଯାଉଛି । ରାଜ୍ୟର ସମସ୍ତ ସରକାରୀ ଏବଂ ଘରୋଇ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ଉଚ୍ଚଶିକ୍ଷା ବିଭାଗର ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହନ ରାଶି ପାଇବା ନିମନ୍ତେ ଆବେଦନ କରିପାରିବେ ।






More Stories
ସ୍ନାନ ଯାତ୍ରା ପ୍ରସ୍ତୁତି;ପହଣ୍ଡି ପ୍ରାତଃ ୫ ଟା ରୁ!…..
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୁଖ୍ୟମନ୍ତ୍ରୀ ନେଲେ ଆକ୍ସନ;୪ ନିଲମ୍ବିତ……