ରିପୋର୍ଟ କାର୍ଡ / ପିପିଲି
ନାଲି ପିମ୍ପୁଡ଼ିଙ୍କ ଉତ୍ପାତରେ ଗାଁ ଲୋକେ ତ୍ରାହୀତ୍ରାହୀ ଡାକୁଛନ୍ତି | ପିପିଲି ଚନ୍ଦ୍ରାଦେଈପୁର ପଞ୍ଚାୟତ ବ୍ରାହ୍ମଣ ସାହିରେ ଲାଲ୍ ପିମ୍ପୁଡ଼ିଙ୍କ ଆତଙ୍କ ଥମିବାର ନାଁ ନେଉନାହିଁ ।ଗାଁର ୩ଟି ପରିବାର ଇତିମଧ୍ୟରେ ଗାଁ ଛାଡ଼ିଥିଛନ୍ତି | ଓୟୁଏଟିର ଏକ ୪ ଜଣିଆ ଟିମ୍ ବ୍ରାହ୍ମଣସାହିରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି । ରାଣୀ ପିମ୍ପୁଡିକୁ ଖୋଜୁଛନ୍ତି ବିଶେଷଜ୍ଞ ଟିମ୍ |ରାଣୀଙ୍କ ଠିକଣା ମିଳିଲେ, ପିମ୍ପୁଡି ଉତ୍ପାତରୁ ଲୋକଙ୍କୁ ବଞ୍ଚାଇ ହେବ ବୋଲି ବିଶେଷଜ୍ଞ ଟିମ୍ କହିଛନ୍ତି | ପିମ୍ପୁଡ଼ି କିଭଳି ନିୟନ୍ତ୍ରଣ କରାଯାଇ ପାରିବ ସେନେଇ ଗାଁ ଲୋକଙ୍କୁ ବିଭିନ୍ନ ପ୍ରକାର ଉପାୟ ବତେଇଛନ୍ତି । ଏଥିସହ ପିମ୍ପୁଡ଼ି ବାହାରୁଥିବା ସ୍ଥାନରେ ଔଷଧ ସିଞ୍ଚନ ପାଇଁ ପରାମର୍ଶ ଦେଇଛନ୍ତି। ପିମ୍ପୁଡ଼ି କାମୁଡ଼ୁଥିବା ଲୋକଙ୍କ ଗୋଡ଼ ଫୁଲି ଯାଉଥିବା ଦେଖିବାକୁ ମିଳୁଛି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..