ରିପୋର୍ଟ କାର୍ଡ / କଟକ / ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଗତି କରୁଛି | ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର କଠୋର ହୋଇଛନ୍ତି | ରାଜ୍ୟରେ ଆଜିଠାରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହେଉଛି । ତେବେ ରାତ୍ରିକାଳୀନ କର୍ଫ୍ୟୁ ସମୟରେ କଟକ, ଭୁବନେଶ୍ୱରରେ ରାତି ୯ରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରିରହିବ। ଏ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ୧୪୪ ଧାରା ଲାଗୁ ହୋଇଥିବାରୁ ବାହାରେ ବୁଲିବାକୁ କଡ଼ା ବାରଣ କରାଯାଇଛି। ଅତ୍ୟାବଶ୍ୟକ ସେବା ଯୋଗାକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ବାହାରକୁ ବାହାରିବାକୁ ମନା କରାଯାଇଛି। ଏହାର ଉଲ୍ଲେଂଘନ କଲେ ଅମାନିଆଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।






More Stories
ଓଡ଼ିଶା ଡିଜିପି ନିଯୁକ୍ତି ମାମଲା;୧୮ରେ ପରବର୍ତ୍ତୀ ଶୁଣାଣି……
ଚାମେଲୀଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଶେଷ…..
ଅବପାତର ପରିଣତ ହେବ ଲଘୁଚାପ, ରେଡ୍ ଓ୍ବାର୍ନିଂ ଜାରି…..