Report Card Odisha

| Daily Odia News

ପଶ୍ଚିମବଙ୍ଗରରେ ବିଜେପି ଓ ଟିଏମସି କର୍ମୀଙ୍କ ମଧ୍ୟରେ ଟେକାପଥର ଫିଙ୍ଗା ଫିଙ୍ଗି….

ରିପୋର୍ଟ କାର୍ଡ / କୋଲକାତା

ଆଜି ପଶ୍ଚିମବଙ୍ଗରରେ ୫ମ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ବିଜେପି ଓ ଟିଏମସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି | ଏହି ଘଟଣାଟି ଘଟିଛି ବିଧାନନଗର ଅଞ୍ଚଳ ଶାନ୍ତିନଗରେ। ସୂଚନା ଅନୁସାରେ- ଗୋଟାଏ ମତଦାନ କେନ୍ଦ୍ର ଅଦୂରରେ ଏହି ସଂଘର୍ଷ ଘଟିଥିଲା। କୌଣସି କଥାକୁ ନେଇ ବିବାଦ କରିବା ପରେ ଉଭୟ ତୃଣମୂଳ କଂଗ୍ରେସ ଏବଂ ବିଜେପି ସମର୍ଥକମାନେ ପରସ୍ପର ଉପରକୁ ଟେକାପଥର ଫିଙ୍ଗିଥିଲେ। ଏହି ତୁମୁଳ ସଂଘର୍ଷ ବେଳେ ବିଧାନନଗରର ବିଜେପି ପ୍ରାର୍ଥୀ ସବ୍ୟସାଚୀ ଦତ୍ତ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଗଣମାଧ୍ୟମକୁ ଦତ୍ତ କହିଛନ୍ତି ଯେ, ତୃଣମୂଳ କଂଗ୍ରେସର ସମର୍ଥକମାନେ ବୁଥ୍‌ ଅକ୍ତିଆର କରିବାକୁ ଉଦ୍ୟମ କରୁଥିଲେ। ଏଥିରେ ବିଫଳ ହେବାରୁ ଗଣ୍ଡଗୋଳ ଆରମ୍ଭ କଲେ। ବିଧାନନଗର ତୃଣମୂଳ କଂଗ୍ରେସ ପ୍ରାର୍ଥୀ ସୁଜିତ ବୋଷଙ୍କ ବିପକ୍ଷରେ ବିଜେପି ସବ୍ୟସାଚୀ ଦତ୍ତଙ୍କୁ ପ୍ରାର୍ଥୀ କରାଇଛି। ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ୧ କୋଟିରୁ ଅଧିକ ଭୋଟ୍‌ଦାତା ୩୪୨ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ।

Breaking News