ରିପୋର୍ଟ କାର୍ଡ / ବଲାଙ୍ଗିର
ପାଟଣାଗଡ଼ ସହରର କାଦୋପଡ଼ାରେ ସେକ୍ସ ରାକେଟ ଠାବ ହୋଇଛି । ଏହି ଘଟଣାରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ଯୁବକ ଗିରଫ କରିଛି ପୋଲିସ | ଗିରଫ ଯୁବକମାନେ ହେଉଛନ୍ତି ପାଟଣାଗଡ଼ ବଡ଼ପଡ଼ାର ପଞ୍ଚା ମେହେର ଓ ପଢ଼େଲ ଗାଁର ସମ୍ପଦ ପୋଢ଼। ଦୀର୍ଘଦିନ ହେବ ଏଠାରେ ଏକ ଭଡ଼ା ଘରେ ସେକ୍ସ ରାକେଟ ଚାଲିଥିଲା ବୋଲି କୁହାଯାଉଛି। ପାଟଣାଗଡ଼ ଏସ୍ଡିପିଓ ଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ୮ଟା ବେଳେ ଆମେ ଖବର ପାଇଥିଲୁ। ଏହା ପରେ ଆମର ଏକ ଟିମ୍ ଯାଇ ସେଠାରେ ଚଢ଼ାଉ କରିଥିଲା ଓ ଏହି ତିନି ଜଣଙ୍କୁ ଧରିଥିଲା।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..