Report Card Odisha

| Daily Odia News

ଲକଡାଉନରେ ଚାଲିଛି ଦେହ ବ୍ୟବସାୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଲକଡାଉନ,ସଡ଼ଡାଉନ ସହିତ ନାଇଟ କର୍ଫ୍ୟୁ । ଏହି ସମୟରେ ପୁଣେର ଏକ ପାର୍ମ ହାଉସ୍ ରେ ଲକ୍ ଡାଉନ୍ ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରାଯାଉଥିଲା । ପାର୍ଟି ବାହାନାରେ ଦେହ ବ୍ୟବସାୟ ଚାଲିଥିଲା। ପଡୋଶୀଙ୍କ ଅଭିଯୋଗ ପରେ ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ସେତେବେଳେ ପୂରା ଘଟଣା ସାମ୍ନାକୁ ଆସିଥିଲା । ସୂଚନାଯୋଗ୍ୟ ଯେ, ସମୀର ଓରଫ ନୀତେଶ ଦିଲ୍ଲୀପ ପାୟଗୁଡେ ନାମକ ଜଣେ ବ୍ୟକ୍ତି ଲକ୍ ଡାଉନ୍ ଟଙ୍କା ରୋଜଗାର କରିବା ପାଇଁ ଫାର୍ମ ହାଉସ୍ ରେ ଡ୍ୟାନ୍ସ ବାର୍ ଏବଂ ଦେହ ବ୍ୟବସାୟ ଆରମ୍ଭ କରିଥିଲେ । ପୁଣେ ସ୍ଥିତ ତାଙ୍କ ଫାର୍ମ ହାଉସ୍ କୁ ଫୋନ୍ କରି ୬ ଜଣ ଯୁବତୀଙ୍କୁ ଡକାଯାଇଥିଲା । ଏହାପରେ କିଛି ବ୍ୟକ୍ତିଙ୍କୁ ମଧ୍ୟ ଏଠାକୁ ଅୟସ କରିବା ପାଇଁ ଡକାଯାଇଥିଲା । ଫାର୍ମହାଉସରେ ମଦ୍ୟପାନ ସହ ନାଚ ଗୀତର ମଧ୍ୟ ବନ୍ଦୋବସ୍ତ କରାଯାଇଥିଲା । ଅଭିଯୁକ୍ତ ଏହି ପାର୍ଟିକୁ ଆସୁଥିବା ଲୋକଙ୍କ ପାଇଁ ବିଦେଶୀ ମଦର ବ୍ୟବସ୍ଥା କରିଥିଲେ । ଏହାପରେ ଫାର୍ମହାଉସ୍ କୁ ଡକାଯାଇଥିବା ଯୁବତୀମାନେ ନାଚିବା ଆରମ୍ଭ କରିଦେଇଥିଲେ । ଏମାନଙ୍କ ଉପରେ ଟଙ୍କାର ବର୍ଷା ହେବାକୁ ଲାଗିଲା । ଏହାପରେ ଏଠାକୁ ଆସିଥିବା ଲୋକମାନେ ଦେବ ବ୍ୟବସାୟରେ ଲିପ୍ତ ଥିବା ଦେଖିବାକୁ ମିଳିଥିଲା । ଡିଜେ ଶବ୍ଦ ଶୁଣି ଜଣେ ପଡୋଶୀ ପୋଲିସକୁ ଏ ସଂପର୍କରେ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଫାର୍ମହାଉସରେ ଚଢାଉ କରିଥିଲା । ପୋଲିସକୁ ଦେଖି ସମସ୍ତେ ଦୌଡାଦୌଡି କରିବାକୁ ଲାଗିଥିଲେ । ପୁଣେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Breaking News