ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟ ପ୍ରଦେଶ ସିହୋରରେ ଶିବସେନା ଜଣେ ମହିଳା ନେତାଙ୍କ ଘରୁ ସେକ୍ସ ରାକେଟ ଠାବ ହୋଇଛି। ପୋଲିସ ଘଟଣାସ୍ଥଳରୁ କାର, ନଗଦ ଟଙ୍କା ଜବତ କରିଛି। ଏହାସହ ୪ ଯୁବତୀ ଓ ୩ ଗ୍ରାହକଙ୍କ ସହ ମହିଳା ମ୍ୟାନେଜର, ସଂଚାଳିକା ଓ ଚାଳକଙ୍କୁ ଗିରଫ କରିଛି। ଯେଉଁ ମହିଳାଙ୍କ ଘରେ ସେକ୍ସ ରାକେଟ ଠାବ ହୋଇଛି ସେ ନିଜକୁ ସମାଜସେବିକା ବୋଲି କହିଛନ୍ତି | ସେ ଶିବସେନା ଟିକେଟରେ ନଗର ପାଳିକା ଅଧ୍ୟକ୍ଷ ନିର୍ବାଚନ ଲଢ଼ି ସାରିଛନ୍ତି।

ସୂଚନା ଅନୁଯାୟୀ, ସୂଚନା ପାଇ ପୋଲିସ ସିହୋର ବସ ଷ୍ଟାଣ୍ଡ ନିକଟରେ ଥିବା ଅନୁପମା ତିୱାରୀଙ୍କ ଘରେ ଚଢ଼ଉ କରିଥିଲା। ଅନୁପମା ତିୱାରୀଙ୍କ ଘରେ ସେକ୍ସ ରାକେଟ ଚାଲିଥିଲା। ପୋଲିସ ପହଞ୍ଚିବା ପରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା କିନ୍ତୁ କେହି ପଳାଇବାରେ ସଫଳ ହୋଇନଥିଲେ। ପୋଲିସ ୪ ଯୁବତୀ ଓ ୩ ଗ୍ରାହକଙ୍କୁ ଧରିଛି। ଘଟଣାସ୍ଥଳରୁ ନିଶା ଦ୍ରବ୍ୟ ମଧ୍ୟ ଜବତ ହୋଇଛି। ସମସ୍ତ ଯୁବତୀ ଭୋପାଲ ପାଖାପାଖି ଅଞ୍ଚଳର ବୋଲି କୁହାଯାଉଛି। ଇନ୍ଦୁଲତା ନାମକ ମହିଳା ମ୍ୟାନେଜର ଯୁବତୀମାନଙ୍କୁ ଘରକୁ ଆଣୁଥିଲେ। ଅନୁପମା ତିୱାରୀ ୨୦୧୫ ରେ ଶିବସେନା ଟିକେଟରେ ନଗର ପାଳିକା ଅଧ୍ୟକ୍ଷ ନିର୍ବାଚନ ଲଢ଼ିଥିଲେ। ସେ ନିଜକୁ ସମାଜସେବୀ ବୋଲି କୁହନ୍ତି। ନେହରୁ ଯୁବ କେନ୍ଦ୍ର ତରଫରୁ କିଛି ବର୍ଷ ପୂର୍ବରୁ ଯୋଗାଚାର୍ଯ୍ୟ ଭାବେ ତାଙ୍କୁ ସମ୍ମାନିତ କରାଯାଇଥିଲା। ମହିଳାଙ୍କ ସୁରକ୍ଷାକୁ ନେଇ ମଧ୍ୟ ଅନୁପମାଙ୍କ ବୟାନ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ମହିଳାଙ୍କ ସୁରକ୍ଷାକୁ ନେଇ ଚିନ୍ତା ଜାହିର କରିଥିଲେ। ପୋଲିସ ସମସ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି। ଘରୁ ପ୍ରାୟ ୨୮ ହଜାର ଟଙ୍କା ନଗଦ ଓ ଓ ଦୁଇଟି କାର ଜବତ ହୋଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ନିର୍ବାଚନରେ ଜିତିଲେ ଦିଦି;ଭାଜପା ଚିତ୍ପଟାଙ୍ଗ…..