ରିପୋର୍ଟ କାର୍ଡ / ପୁରୀ
ପୁରୀ ଶ୍ରୀମନ୍ଦିରରେ ନାବାଳକଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ସେବାୟତଙ୍କ ସହଯୋଗୀ ତଥା ଯାତ୍ରୀ ଗୁମାସ୍ତା ଗିରଫ ହୋଇଛନ୍ତି । ଗିରଫ ଯାତ୍ରୀ ଗୁମାସ୍ତା ଜଣକ ହେଲେ ହରଚଣ୍ଡିସାହିର ୪୨ ବର୍ଷିୟ ସୁଦର୍ଶନ ମିଶ୍ର। ସୂଚନା ମୁତାବକ, ଶ୍ରୀମନ୍ଦିର ଭିତରେ ପୂଜା ପଣ୍ଡା ନିଯୋଗ ଦ୍ୱାରା ପରିଚାଳିତ ସଂସ୍କୃତ ଟୋଲ୍ରେ ବେଦ ଶିକ୍ଷା କରୁଥିବା ଜଣେ ୧୩ ବର୍ଷିୟ ନାବାଳକଙ୍କୁ ସୁଦର୍ଶନ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆସିିଥିଲା। ଯେତେବେଳେ ସୁଯୋଗ ପାଉଥିଲେ, ସୁଦର୍ଶନ ତାଙ୍କୁ ଜବରଦସ୍ତି କୌଣସି ଆଢୁଆଳକୁ ଟେକି ନେଇ ଯୌନ ନିର୍ଯାତନା ଦେଉଥିଲେ ବୋଲି ସଂପୃକ୍ତ ନାବାଳକ ଜଣକ ଅଭିଯୋଗ କରିଥିଲେ। ଗତ ଦେଢ଼ ମାସ ଧରି ସେ ଏପରି କରୁଥିବା ନେଇ ନାବାଳକ ଜଣକ କହିଛନ୍ତି। ମଙ୍ଗଳବାର ନିଳାଦ୍ରୀ ବିହାର ମ୍ୟୁଜିୟମ ପାଖରେ ଯୌନ ନିର୍ଯାତନା ଦେବା ପରେ ନାବାଳକ ଜଣକ ସିଂହଦ୍ୱାର ଥାନାକୁ ଆସି ଏତଲା ଦେଇଥିଲେ। ଏହାପରେ ଘଟଣାରେ ଯାତ୍ରୀ ଗୁମାସ୍ତା ସୁଦର୍ସନ ମିଶ୍ରଙ୍କୁ ପୋକ୍ସୋ ଆକ୍ଟରେ ଗିରଫ କରାଯାଇଛି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..