ନିରଞ୍ଜନ ସେନାପତି
ରିପୋର୍ଟ କାର୍ଡ / ବାଲିପାଟଣା
୭୨ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ଶିଶୁ ଅନନ୍ତ ମହା ବିଦ୍ୟାଳୟ ପରିସରରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲୀ ମୁଖ୍ୟ ଅତିଥି ଓ ଶିଶୁ ଅନନ୍ତ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ. ବୈକୁଣ୍ଠ ନାରାୟଣ ଦାଶ, ରେଞ୍ଜର ଜୟକୃଷ୍ଣ ଯଦୁମଣି ଦାସ ,ବିଡିଓ ଆଦିକନ୍ଦ ବେହେରା, ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ଓ ବିଧାୟକଙ୍କ ପ୍ରତିନିଧି ପ୍ରତାପ କେଶରୀ ନାୟକ , ଯୁବନେତା ଅରବିନ୍ଦ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ। ଏହି ଅବସରରେ କଲେଜ ପରିସରରେ ୫୦ଟି ଚାରା ରୋପଣ କରାଯାଇଥିଲା। ବାଲିପାଟଣା ପ୍ରେସକ୍ଲବ ସଭାପତି ଦିଲ୍ଲୀପ କୁମାର ଓଝାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ଅଭିମନ୍ୟୁ ନାୟକ ,ରମେଶ ଚନ୍ଦ୍ର ରଥ,ବସନ୍ତ କୁମାର ଦାଶ , ପୂର୍ଣ୍ଣଚନ୍ଦ୍ର ଜେନା, ଗଙ୍ଗାଧର ଓଝା, ବଦ୍ରି ନାରାୟଣ ମହାପାତ୍ର,କୃଷ୍ଣଚନ୍ଦ୍ର ରାୟ ଓ ଲୁକେଶ କୁମାର ସାହୁଙ୍କୁ ସମେତ ପ୍ରକୃତିବନ୍ଧୁ ନିରଞ୍ଜନ ସେନାପତି ଓ ପ୍ରଫୁଲ କୁମାର ମହାନ୍ତିଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।
ଏହି ପରିପ୍ରେକ୍ଷୀରେ ମନରେଗା ଯୋଗନାରେ ଅନ୍ତଭୁର୍କ୍ତ କରି ପାଣି ଜମୁଥିବା କଲେଜ ପରିସରର ଉନ୍ନତି କରଣ ଦିଗରେ ବିଧାୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପାଟଯୋଶୀ ଶିବ ପ୍ରସାଦଙ୍କ ସମେତ ଅଧ୍ୟପକ ସହଦେବ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ।
More Stories
ପ୍ରଫେସରଙ୍କ ଘରେ ସିବିଆଇ ରେଡ଼…..
ରେଳ ୱାଗନରୁ ୧୨ଟି ବୋମା ଜବତ…..
୧୨ ବର୍ଷୀୟ ନାବାଳିକା ଉପରେ ଚଢ଼ିଗଲା ମୋ ବସ……