ରିପୋର୍ଟ କାର୍ଡ / ସୁନ୍ଦରଗଡ
ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ମସାବିରା ନିକଟରେ ଅବକାରୀ ଗାଡିକୁ ଗୁଳିମାଡ କରିଛନ୍ତି ଗୋ ମାଫିଆ। ଅବକାରୀ ବିଭାଗ କର୍ମଚାରୀ ମାନେ ଗାଡିରେ ଯାଉଥିବା ସମୟରେ ଗୋ ମାଫିଆ ମାନେ ଗୁଳି ଚାଳନା କରିଥିଲେ। କର୍ମଚାରୀ ମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡିଛି। ପିକଅପରେ ମଦ ଚାଲାଣ ହେଉଥିବା ସନ୍ଦେହରେ କର୍ମଚାରୀମାନେ ପିଛା କରିଥିଲେ। ଏତିକି ବେଳେ ଗୋ ମାଫିଆ ମାନେ ସ୍କ୍ଵାଡ୍ ଙ୍କ ଗାଡି ଉପରକୁ ଗୁଳିମାଡ କରିଥିଲେ। ପୋଲିସ ପିକଅପ୍ ଟିକୁ ଜବତ କରିବା ସହ କିଛି ଗୋରୁଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ଦୁଇ ଜଣ ଚମ୍ପଟ ମାରିଥିବାବେଳେ ଜଣଙ୍କୁ ଗିରଫ କରାଯାଇଛି। ଏବଂ ବନ୍ଧୁକ ମଧ୍ୟ ଜବତ ହୋଇଛି।






More Stories
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……
ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି…..
ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ…..