ରିପୋର୍ଟ କାର୍ଡ / ଭୁବନେଶ୍ବର
ଦଳୀୟ ଶୃଙ୍ଖଳା ଭାଙ୍ଗିବାକୁ ନେଇ ଦୁଇ କଂଗ୍ରେସ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ବିଧାୟକ ସୁରେଶ ରାଉତରାୟ ଓ ମହମ୍ମଦ ମୋକିମଙ୍କୁ ଦଳୀୟ ବିଶୃଙ୍ଖଳା ପାଇଁ କଂଗ୍ରେସ ତରଫରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଉଭୟଙ୍କୁ ୭ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ହୋଇଛି । ଦଳୀୟ ଶୃଙ୍ଖଳା ଭାଙ୍ଗିବାକୁ ନେଇ ନୋଟିସ ଜାରି କରାଯାଇଛି ବୋଲି କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ସୂଚନା ଦେଇଛନ୍ତି। ଏଦୁଇ ବିଧାୟକ ଗତ ପଦ୍ମପୁର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନକୁ ନେଇ ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..