ରିପୋର୍ଟ କାର୍ଡ / ବାରିପଦା
ଚଳିତ ମାସ ଅକ୍ଟୋବର ୧୪ ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟ ପ୍ରାଣୀ ସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗିନେନି ଶନିବାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପର୍ଯ୍ୟଟକମାନେ ସକାଳ ୬ଟାରୁ ସକାଳ ୯ଟା ମଧ୍ୟରେ ପିଠାବଟା ଓ ଯଶିପୁର ନିକଟ କାଳିଆଣି ଫାଟକ ଦେଇ ପ୍ରବେଶ କରିପାରିବେ । ବାରିପଦା ପଟୁ ପିଠାବଟା ଓ ଯଶିପୁର ରକାଳିଆଣି ତନଖି ଫାଟକ ଦେଇ ପ୍ରତିଦିନ ଯଥାକ୍ରମେ ୨୫ଟି ଓ ୩୫ଟି ଗାଡ଼ିକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ସୂଚନା ଦିଆଯାଇଛି। ଅଭୟାରଣ୍ୟ ରାତ୍ରିଯାପନ ପାଇଁ ପର୍ଯ୍ୟଟକମାନଙ୍କୁ ଅଗ୍ରୀମ ଦେୟ ପୈଠକରି ଅନଲାଇନ ମାଧ୍ୟମରେ ବୁକିଂ କରିବାକୁ ପଡ଼ିବ। ସେହିପରି ଅଭୟାରଣ୍ୟକୁ ପ୍ଲାଷ୍ଟିକ, ପଲିଥିନ୍ ଓ ମାଦକ ଦ୍ରବ୍ୟ ନେବା ଉପରେ କଟକଣା ଜାରି କରାଯାଇଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ସ୍ୱଳ୍ପ ମୂଲ୍ୟରେ ଗାଇଡ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଉଭୟ ରାସ୍ତାର ଗେଟ୍ ପାଖରେ ପର୍ଯ୍ୟଟକଙ୍କୁ ଅନୁମତି ପତ୍ର ମିଳିବ ଅଥବା ସେମାନେ ଅନ୍ଲାଇନରେ ପୂର୍ବରୁ ଅନୁମତିପତ୍ର ନେଇ ପାରିବେ ବୋଲି ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..