ରିପୋର୍ଟ କାର୍ଡ / କନ୍ଧମାଳ
ନିଶାଶକ୍ତ ପୁଅ ଘଟାଇଛି ଜଘନ୍ୟ କାଣ୍ଡ। ଲୁହା ଛଡ଼ରେ ପିଟି ବୃଦ୍ଧା ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ୮୦ ବର୍ଷୀୟ ବୃଦ୍ଧ ହାଡ଼ିଆ ପ୍ରଧାନ। ପୋଲିସ ଅଭିଯୁକ୍ତ ପୁଅ ରୁକେଶ ପ୍ରଧାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗତକାଲି ସନ୍ଧ୍ୟା ସମୟରେ ପୁଅ ରୁକେଶ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲା। କୌଣସି କଥାକୁ ନେଇ ବାପପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ରୁକେଶ ଉତ୍କ୍ଷିପ୍ତ ହୋଇଲୁହା ଛଡ଼ ଆଣି ବାପାକୁ ପିଟିଥିଲା। ଘଟଣାସ୍ଥଳରେ ହାଡ଼ିଆଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସଂପର୍କରେ ଗ୍ରାମବାସୀ ପୋଲିସ କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।
More Stories
ଦୁଷ୍କର୍ମ ପରେ ଶିଶୁକନ୍ୟାକୁ ହତ୍ୟା….
କାଳବୈଶାଖୀ ଓ୍ବାର୍ନିଂ,୫୦ରୁ ୬୦ କି.ମି.ବେଗରେ ପବନ…..
ଭୁବନେଶ୍ୱରର ଦୁଇ ଷ୍ଟେସନ ନିକଟରୁ ୨ ମୃତଦେହ ଉଦ୍ଧାର…..